ଶ୍ରୀମନ୍ଦିରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ; ମହାପ୍ରଭୁଙ୍କୁ ଦର୍ଶନ କରି ଆର୍ଶୀବାଦ ନେଲେ ରେଖା ଗୁପ୍ତା

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା। କଡା ସୁରକ୍ଷା ବଳୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହ ପୁରୀ ସାଂସଦ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ବାଇଶିପାହାଚରେ କିଛି ସମୟ ପାଇଁ ବସିଥିଲେ ଉଭୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ପୁରୀ ସାଂସଦ। ଜୟ ଜଗନ୍ନାଥରୁ ଆରମ୍ଭ କରି ନିଜ ପ୍ରତିକ୍ରିୟା ରଖିଥିଲେ ରେଖା ଗୁପ୍ତା । ଦାୟିତ୍ୱ ନେବାପରେ ପ୍ରଥମଥର ପୁରୀ ଆସି ମହାପ୍ରଭୁଙ୍କ ଆର୍ଶୀବାଦ ନେଲି ବୋଲି କହିଛନ୍ତି ରେଖା । ମହାପ୍ରଭୁଙ୍କ ନିକଟରେ ଦେଶ ଓ ଦିଲ୍ଲୀର ପ୍ରଗତି ପାଇଁ ପ୍ରାର୍ଥନା କରିବା ସହ ଦିଲ୍ଲୀରେ ରହୁଥିବା ଓଡିଆମାନଙ୍କ ସୁଖଦୁଃଖ ଦିଲ୍ଲୀ ସରକାରଙ୍କ ଦାୟିତ୍ୱ କହିଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ତେବେ ଆସନ୍ତା ଉତ୍କଳ ଦିବସ ପାଳନ ନେଇ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରେଖା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial