୨୦୨୫ ଶେଷରେ ଓଡ଼ିଶାରେ ବାତ୍ୟା ଆଶଙ୍କା । ଅକ୍ଟୋବର ଶେଷରେ ଅର୍ଥାତ୍ ଦୁର୍ଗା ପୂଜା ପରେ ପରେ ହୋଇପାରେ ବାତ୍ୟା । ଓଡ଼ିଶାରେ ପଡ଼ିପାରେ ଲା-ନିନାର ପ୍ରଭାବ । ବିଶ୍ୱ ପାଣିପାଗ ସଂସ୍ଥାନର ଆକଳନ ଅନୁସାରେ ଡିସେମ୍ବର ଯାଏଁ ଜଳବାୟୁ ପ୍ରକ୍ରିୟା ଲା-ନିନାର ସକ୍ରିୟତା ଚିନ୍ତା ବଢାଇଛି । ପୂର୍ବରୁ ଲା-ନିନା ପ୍ରଭାବରେ ଅକ୍ଟୋବର ମାସରେ ଅନେକ ବାତ୍ୟା ହୋଇଥିବା ନଜର ରହିଛି । ଆଉ ଅଳ୍ପଦିନ ପରେ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ଆରମ୍ଭ ହେବ । ଏହି ସମୟରେ କିଛି କାରକ ଚଳିତ ବର୍ଷ ବାତ୍ୟା ଆଶଙ୍କା ସହ ବାତ୍ୟା ବାତାବରଣକୁ ଅନୁକୂଳ କରିଛି । ନେଗେଟିଭ ଆଇଓଡି ଓ ଲା-ନିନା ସକ୍ରିୟ ରହିଲେ ବାତ୍ୟା ସୃଷ୍ଟି ନିମନ୍ତେ ପରିବେଶକୁ ଅନୁକୂଳ କରିଥାଏ । ତେବେ ଅକ୍ଟୋବର ମାସରେ ବାତ୍ୟା ଭୟ ରହିଥାଏ ।
ଅକ୍ଟୋବର ଶେଷରେ ଓଡ଼ିଶାରେ ହୋଇପାରେ ବାତ୍ୟା !












Leave a Reply