ଆଜି ଚେପକ୍ ରେ CSK vs RCB; କିଏ ମାରିବ ବାଜି !

ଆଜି ଚେପକରେ CSK vs RCB କଡ଼ା ଟକ୍କର । ମ୍ୟାଚକୁ ନେଇ ଆରମ୍ଭ ହେଲାଣି ଫ୍ୟାନ୍ସଙ୍କ ମଧ୍ୟରେ ଯୁଦ୍ଧ । କିଏ ଜିତିବ ବାଜି ତାକୁ ନେଇ ଚର୍ଚ୍ଚା ଜୋର୍। ଆଜି ହେବାକୁ ଯାଉଛି ସବୁଠାରୁ ହାଇଭୋଲଟେଜ୍ ମ୍ୟାଚ । ସାମ୍ନାସାମ୍ନି ହେବେ କିଙ୍ଗ କୋହଲି ଓ କ୍ୟାପଟେନ କୁଲ। ଯାହାକୁ ନେଇ ଫୁଲ ଅନ୍ ଏକ୍ସାଇଟେଡ୍ ଚେନ୍ନାଇ ସୁପର କିଙ୍ଗ୍ସ୍ ଓ ରୟାଲ ଚ୍ୟାଲେଞ୍ଜର ବାଙ୍ଗଲୋର ଦଳର ଫ୍ୟାନ୍ସ୍ । 

ଚଳିତ ସିଜିନରେ CSK ଓ RCB ଏକ ଭଲ ଆରମ୍ଭ କରିଛନ୍ତି । ଉଭୟ ଦଳ ସେମାନଙ୍କର ପ୍ରଥମ ମ୍ୟାଚ୍ ଜିତିଛନ୍ତି । ଆଉ ଉଭୟ ଦଳର ସବୁ ଖେଳାଳିମାନେ ଭଲ ଫର୍ମରେ ମଧ୍ୟ ଅଛନ୍ତି । ଏପରି ପରିସ୍ଥିତିରେ, ଏକ ରୋମାଞ୍ଚକର ପ୍ରତିଯୋଗିତା ଆଶା କରାଯାଉଛି । RCBର ଅଧିନାୟକ ହେଉଛନ୍ତି ରଜତ ପାଟିଦାର । ସେହିଭଳି CSK କମାଣ୍ଡ ଋତୁରାଜ ଗାୟକୱାଡଙ୍କ ହାତରେ ଅଛି । ଆଜି ସନ୍ଧ୍ୟା ୭ଟା ୩୦ରେ ଚେନ୍ନାଇର ଚେପକ ଷ୍ଟାଡିୟମରେ ଆରମ୍ଭ ହେବ ଏହି ହାଇଭୋଲଟେଜ ମ୍ୟାଚ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial