ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କ ପାଖରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍‌ ।

ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ପାଖରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍‌ । ପୀଡ଼ିତାଙ୍କ ବାପା ଓ ଭାଇ ସେଠାରେ ଥିବାରୁ ପଚରାଉଚରା କରିପାରନ୍ତି । ଏପର୍ଯ୍ୟନ୍ତ ଘଟଣାରେ କେଉଁମାନେ ସମ୍ପୃକ୍ତ ତାହା ସ୍ପଷ୍ଟ ହୋଇପାରିନି । ବଳଙ୍ଗା ପୀଡ଼ିତାଙ୍କ ଅସ୍ତ୍ରୋପଚାର ହୋଇଛି । ଗଭୀର ଭାବେ ପୋଡ଼ିଥିବା ଅଂଶରେ ଅସ୍ତ୍ରୋପଚାର ହୋଇଛି । ଦିଲ୍ଲୀ ଏମ୍ସରେ ଭର୍ତ୍ତି ଅଛନ୍ତି ପୁରୀ ଜିଲ୍ଲା ବଳଙ୍ଗା ପୀଡ଼ିତା । ତେବେ ପୀଡ଼ିତାଙ୍କ ଗଭୀର ଭାବେ ପୋଡ଼ିଥିବା ଅଂଶରେ ଅସ୍ତ୍ରୋପଚାର କରାଯାଇଥିବା ନେଇ ଏମ୍ସ ଦିଲ୍ଲୀ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ବି ଅକ୍ସିଜେନ୍‌ ସପୋର୍ଟରେ ଅଛନ୍ତି ପୀଡ଼ିତା ଓ ଅବସ୍ଥା ଗୁରୁତର ଥିବା ନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ସୂଚନାଥାଉକି, ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଏମ୍ସ ଡାକ୍ତରୀ ଟିମ୍‌ ଓ ପରିବାର ଲୋକଙ୍କ ସହିତ କଥାବାର୍ତ୍ତା ହୋଇଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial