ଗଡିଶାଗୋଦା ପୁଲିସ କୁ ମିଳିଲା ବଡ ସଫଳତା, ହତ୍ୟାକାରୀ ଧରି କଲା ସିନ୍ ରିକ୍ରିଏସନ୍

ପୁରୀ: ପୁରୀ ଜିଲ୍ଲା କଣାସ ବ୍ଲକ ଗଡିଶାଗୋଦା ଥାନା ଅନ୍ତର୍ଗତ ସାହୁପଡା ପଂଚାୟତ ବନ୍ଧମୁଣ୍ଡା ଗ୍ରାମର ପ୍ରତାପ ସୁନ୍ଦରାୟ ୩୫ଙ୍କୁ ଗତ ୧୨ ତାରିଖ ବିଳମ୍ବିତ ରାତ୍ରରେ କେହି ହତ୍ୟା କରିଥିଲା। ପୂର୍ବ ଶତ୍ରୁତା ପାଇଁ ତାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରି ତାଙ୍କ ପତ୍ନୀ ଗଡିଶାଗୋଦା ଥାନାରେ ୧୩ ତାରିଖ ଦିନ କେତେକ ବ୍ୟକ୍ତିଙ୍କ ନାମରେ ଅଭିଯୋଗ ଦାଖଲ କରିଥିଲେ।

ତଦନ୍ତ କରି ହତ୍ୟାକାଣ୍ଡରେ ସଂଶ୍ଳିଷ୍ଟ ଥିବା ୧୨ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଗଡିଶାଗୋଦା ଥାନା ଅଧିକାରୀ ସୁଧିର କୁମାର ଦାସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ୯ ଜଣ ଫେରାର ଅଛନ୍ତି ବୋଲି ସୂଚନା ଦେଇଛନ୍ତି। ହତ୍ୟା କରାଯାଇଥିବା ପ୍ରତାପର ମଝିଆଁ ଭାଇ ପ୍ରଦୀପ ସୁନ୍ଦରାୟଙ୍କୁ ପୁଲିସ ଏହି ମାମଲାରେ ଗିରଫ କରିବା ସହ ଘଟଣାସ୍ଥଳକୁ ଆଣି କିପରି ହତ୍ୟା କଲେ ଏବଂ କେଉଁ କେଉଁ ମାନେ ହତ୍ୟା କଲେ କେଉଁ ମାରଣା ଅସ୍ତ୍ରରେ ହତ୍ୟା କଲେ ସେନେଇ ସମସ୍ତ ତଥ୍ୟକୁ ପ୍ରଦୀପ ଡେମୋ କରି ଦେଖାଇବା ସହିତ ପ୍ରତାପ ବ୍ୟବହାର କରୁଥିବା ମଟର ସାଇକେଲ ଜବତ କରିଛି ପୋଲିସ। ଏହା ସହିତ ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଥିବା ଦୁଇଟି ଖଣ୍ଡା ଓ ଭୁଜାଲି ପୁଲିସ ଜବତ କରିଛି । ପ୍ରଦୀପ ହତ୍ୟାକାଣ୍ଡର ଡେମୋ ଦେଖାଉଥିବା ସମୟରେ ପ୍ରବଳ ଜନଗହଳି ହୋଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସକୁ ନାକେଦମ ହେବାକୁ ପଡିଥିଲା ।

ସୂଚନା ଅନୁଯାୟୀ, ଘଟଣା ଦିନ ପ୍ରତାପ ଗ୍ରାମକୁ ବିଳମ୍ବିତ ରାତ୍ରରେ ନିଜ ଘରକୁ ଫେରୁଥିବାବେଳେ ଗ୍ରାମକୁ ଦୁଇଟି ରାସ୍ତା ଥିବାରୁ ଗୋଟିଏ ରାସ୍ତାରେ ୮ ଜଣ ଦୁର୍ବୃତ୍ତ ଜଗିଥିବା ବେଳେ ଅନ୍ୟ ରାସ୍ତାରେ ୪ ଜଣ ଜଗିରହିଥିଲେ । ୪ ଜଣ ଜଗିରହିଥିବା ରାସ୍ତାରେ ପ୍ରତାପ ଫେରୁଥିଲା ତାର ମଝିଆଁ ଭାଇ ପ୍ରଦୀପ ସେହି ୪ ଜଣଙ୍କ ମଧ୍ୟରେ ରହିଥିବାରୁ ପୁଲିସ ଗିରଫ କରି ଆଜି ଡେମୋ ଦେଖାଇଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial