ଧାରଣାରୁ ଉଠି ପୁଣି ଗର୍ଜିଲେ କଂଗ୍ରେସ ବିଧାୟକମାନେ। ରାତିସାରା ଧାରଣ ଦେବାପରେ ଆକ୍ସନମୁଡକୁ ଓହ୍ଲେଇଛନ୍ତି କଂଗ୍ରେସକର୍ମୀ ଏବଂ ବିଧାୟକ। ରଣକ୍ଷେତ୍ର ପାଲଟିଛି ବିଧାନସଭା। ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ କର୍ମୀ ଓ ପୋଲିସ। କଂଗ୍ରେସର ଏହି ହାଇଡ୍ରାମାକୁ ସାଥ ଦେଇଛି ବିଜେଡି। କଂଗ୍ରେସ ଓ ବିଜେଡି ବିଧାନସଭା ବାହାରେ ପ୍ରତିବାଦ କରିଛନ୍ତି। ଉଭୟ ବିଧାନସଭା ଭିତରକୁ ପଶିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଛି। ଏହି ସମୟରେ ପୋଲିସ ସହ ମୁହିଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସ ବ୍ୟାରିକେଡ ଭାଙ୍ଗି ଜବରଦସ୍ତି ପଶିବାକୁ ଚେଷ୍ଟା କରିଛନ୍ତି କଂଗ୍ରେସ ଓ ବିଜେଡି କର୍ମୀ।
ତେବେ କାର୍ଯ୍ୟସୂଚୀ ଅନୁସାରେ ଆଜି ଆରମ୍ଭରୁ ବିଧାନସଭା ଘେରିଛନ୍ତି ବିରୋଧୀ। ପୁଣି ଘଣ୍ଟ ବାଡ଼େଇ ବିଧାନସଭା ଅଭିମୁଖେ ବାହାରିଥିଲେ କଂଗ୍ରେସ ବିଧାୟକ ଓ କର୍ମୀ। ଉଭୟ ବିଧାନସଭା ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ତାରା ବାହିନୀ ପତି ଓ ରମେଶ ଜେନାଙ୍କୁ ପୋଲିସ ବିଧାନସଭାକୁ ଛାଡ଼ିଥିବା ବେଳେ ଅନ୍ୟ ନିଲମ୍ବନ ବିଧାୟକଙ୍କୁ ପୋଲିସ ଅଟକକାଇଥିଲା। ଏହାକୁ ନେଇ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା।
Leave a Reply