ଉତ୍ତର-ଓଡ଼ିଶାରେ କେମିତି ରହିଛି ବନ୍ୟା ସ୍ଥିତି । ଆକାଶ ମାର୍ଗରୁ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବନ୍ୟା ସ୍ଥିତି ଦେଖି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀ ଏରିଏଲ ସର୍ଭେ କରିଥିବା ବେଳେ ସାଙ୍ଗରେ ଥିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଏବଂ ସ୍ବତନ୍ତ୍ର ରିଲିଫ କମିଶନର । ସମସ୍ତେ ହେଲିକେପ୍ଟର ଯୋଗେ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତିର ଅନଧ୍ୟାନ କରିଛନ୍ତି । ବନ୍ୟାରେ ବେହାଲ ହୋଇଛି ଉତ୍ତର ଓଡିଶା । ଲଗାତାର ବନ୍ୟା ଆସିବା ଫଳରେ ବାଲେଶ୍ବର, ଭଦ୍ରକର ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ଏବେ କେମିତି ରହିଛି ସ୍ଥିତି । କଣ ହୋଇଛି କ୍ଷୟକ୍ଷତି ତାର ସମୀକ୍ଷା ଆକାଶ ମାର୍ଗରୁ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଗୋଟେ ପଟେ ତଳିଆ ଅଞ୍ଚଳରେ ପାଣି ଧିରେଧିରେ କମି ଆସୁଥିବା ବେଳେ ବନ୍ୟା ପ୍ରଭାବିତଙ୍କ ପାଇଁ କଣ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ତା ଉପରେ ନଜର ରହିଛି । ଆଜି ଦିନ ୨ଟାରେ ମୁଖ୍ୟମନ୍ତ୍ରୀ ପ୍ରେସମିଟ କରିବେ ବୋଲି ସୂଚନା ମିଳିଛି ।
ଆକାଶ ମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Leave a Reply