ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୨୪୮ ପ୍ରାର୍ଥୀଙ୍କୁ ବାଣ୍ଟିବେ ନିଯୁକ୍ତି ପତ୍ର । ଏନେଇ ରେଳ ଅଡିଟୋରିୟମଠାରେ ନିଯୁକ୍ତି ମେଳା ପାଇଁ ଆୟୋଜନ କରାଯାଇଛି । ମୋଟ ୭ଟି ବିଭାଗର ୧୨୪୮ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୮୨୬ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟାଯିବାକୁ ଥିବାବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୧୭୮, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ୮୧, ବାଣିଜ୍ୟ ଓ ପରିବହନ ବିଭାଗର ୬୩ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟାଯିବ । ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ୪୯ ଜଣ, ଅବକାରୀ ବିଭାଗର ୩୨ ଏବଂ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ୧୯ ଜଣଙ୍କୁ ଦିଆଯିବ ନିଯୁକ୍ତି ପତ୍ର ।
ଆଜି ୧୨୪୮ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Leave a Reply