ଭୁବନେଶ୍ୱରରେ ଆଜି ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱରରେ ଥିବା ବେଳେ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ଶୁଣିବେ । ଏବଂ ଲୋକଙ୍କୁ ଅଭିଯୋଗପତ୍ର ଗ୍ରହଣ କରି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବେ । ନୂଆ ସରକାର ଗଠନ ପରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବରେ ମୋହନ ଚରଣ ମାଝୀ ଲୋକପ୍ରିୟତା ହାସଲ କରିଛନ୍ତି । ବିଭିନ୍ନ ସମୟରେ ସେ ଲୋକଙ୍କ ସହିତ ସହଜରେ ମିଶୁଛନ୍ତି, ସୁଖ ଦୁଃଖ ହେଉଛନ୍ତି ଏବଂ ଅଭିଯୋଗ ଗୁଡ଼ିକର ସମାଧାନ ପାଇଁ ଆଶ୍ୱାସନା ମଧ୍ୟ ଦେଉଛନ୍ତି । ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଏକ ଶୃଙ୍ଖଳିତ ଓ ସମୟୋଚିତ ବ୍ୟବସ୍ଥା ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial