୩ଦିନ ପରେ ଉଦ୍ଧାର ହେଲା ଚୋରି ଶିଶୁପୁତ୍ର। ଭୁବନେଶ୍ୱରରୁ ରାମ ମନ୍ଦିର ନିକଟରୁ ଅନ୍ଧୁଣୀ ମା’ କୋଳରୁ ବିଳମ୍ୱିତ ରାତିରେ ଚୋରି ହୋଇଥିଲା ଦେଢ଼ ବର୍ଷର ଶିଶୁପୁତ୍ର। ପୋଲିସକୁ ମିଳିଲା ବଡ଼ ସଫଳତା। ପିଲା ସହ ପିଲାଚୋରକୁ ବାଲେଶ୍ୱରରୁ ଧରିଲା ପୋଲିସ। ବାଲେଶ୍ୱରର ଖନ୍ତାପଡ଼ା ଥାନା ବୋଇତା ଗାଁରୁ ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କଲା ପୋଲିସ। ତେବେ ଉଦ୍ଧାର କରିବା ପରେ ଶିଶୁପୁତ୍ରକୁ ଭୁବନେଶ୍ୱର ଆଣୁଛି ସ୍ପେଶାଲ ଟିମ୍।
ସୂଚନାନୁସାରେ, ଗତ ଶନିବାର ଦିନ ରାତି ପ୍ରାୟ ୩ଟା ସମୟରେ ରାମ ମନ୍ଦିର ସାମ୍ନାରୁ ଜଣେ ଅନ୍ଧୁଣୀ ମା’ କୋଳରୁ ତାର ଦେଢ଼ ବର୍ଷର ଶିଶୁପୁତ୍ରକୁ ଥଣ୍ଡା ପିଇବାକୁ ଦେଇ ଏବଂ ମୋବାଇଲ ଦେଖାଇବା ବାହାନାରେ ଛୁଆଟିକୁ ଚୋରି କରିନେଇଥିଲା। ପରେ ଅନ୍ଧୁଣୀ ମା’ ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏବଂ ତାର କଅଁଳା ଶିଶୁକୁ ଫେରାଇ ଦେବାକୁ କାକୁତି ମିନତି ହୋଇଥିଲେ। ଆଉ ଶେଷରେ ଭଗବାନ ତାଙ୍କ ଡ଼ାକ ଶୁଣିଲେ। ପିଲାଟିକୁ ସୁରକ୍ଷିତ ଭାବରେ ପାଇଲା ପୋଲିସ।
Leave a Reply