ପୁରୀ ଯିବା ରାସ୍ତାରେ ସାଧାରଣ ଲୋକଙ୍କ ପରି ଅଟକିଲେ , ପଇଡ଼ ପିଇ ପୁରୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଅକ୍ଷର ବ୍ୟୁରୋ : ସାଧାରଣ ଲୋକଙ୍କ ସହ ମିଶିବା , ଦୁଃଖସୁଖ ହେବା ଏବଂ ସେମାନଙ୍କ ସମସ୍ୟା ଶୁଣିବାକୁ ଗୁରୁତ୍ୱ ଦେଇଥାନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ |

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଗସ୍ତରେ ଯିବା ବେଳେ ବାଟରେ କାଦୁଆ ଠାରେ ଅଟକି ଜଣେ ପଇଡ଼ ବିକ୍ରେତାଙ୍କ ଠାରୁ ପଇଡ଼ କିଣି ପିଇଥିଲେ ଏବଂ ପଇଡ଼ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହିତ ଦୁଃଖସୁଖ ହୋଇଥିଲେ ଏବଂ କିଭଳି ଭାବରେ ବ୍ୟବସାୟ ଚାଲିଛି , କେତେ ବର୍ଷ ଧରି ବ୍ୟବସାୟ କଲେଣି ଓ ସରକାରୀ ସୁବିଧା ପାଉଛନ୍ତି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିଥିଲେ | ମୁଖ୍ୟମନ୍ତ୍ରୀଙ୍କୁ ଜଣେ ସାଧାରଣ ଗ୍ରାହକ ହିସାବରେ ନିକଟରେ ପାଇ ପଇଡ଼ ବିକ୍ରେତା ଶ୍ରୀଧର ଖୁସିରେ ବିଭୋର ହୋଇଯାଇଥିଲେ | ମୁଖ୍ୟମନ୍ତ୍ରୀଙ୍କ ସରଳ ଓ ସହୃଦୟତା ପୂର୍ଣ୍ଣ ବ୍ୟବହାର ଶ୍ରୀଧର ଓ ଉପସ୍ଥିତ ଜନସାଧାରଣଙ୍କ ମନରେ ଖୁସି ଓ ଆନନ୍ଦ ଆଣିଦେଇଥିଲା |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial