ରାଜ୍ୟ କ୍ୟାବିନେଟ୍‌ ଢ଼ାଞ୍ଚାରେ ହେଲା ପରିବର୍ତ୍ତନ:

ପରିବର୍ତ୍ତନ ହେଲା ରାଜ୍ୟ କ୍ୟାବିନେଟ୍‌ ଢ଼ାଞ୍ଚା । କ୍ୟାବିନେଟ୍‌ ବୈଠକରେ ସଚିବଙ୍କ କ୍ଷମତା ସଂକୁଚିତ କରାଯାଇଛି । ଏଥିରେ ସଂସଦୀୟ ବ୍ୟାପାର ବିଭାଗର ନିର୍ଦ୍ଦେଶନାମା ରହିଛି । ମନ୍ତ୍ରୀଙ୍କ କ୍ଷମତା ବୃଦ୍ଧି ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ସବୁ ବିଭାଗକୁ ସଂସଦୀୟ ସଚିବ ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ବିଭାଗୀୟ କ୍ୟାବିନେଟ୍‌ ବସିପାରିବ ନାହିଁ । ଏଣିକି ଅନେକ ଦିନ ପୂର୍ବରୁ କ୍ୟାବିନେଟ୍ ତାରିଖ କିମ୍ବା ପ୍ରସ୍ତାବ ସ୍ଥିର ହେବ ନାହିଁ । ୫ ଦିନ ପୂର୍ବରୁ ଚୂଡ଼ାନ୍ତ ହେବ କ୍ୟାବିନେଟ୍‌ ବସିବା ତାରିଖ । ଏହାସହିତ ୩ ଦିନ ପୂର୍ବରୁ କ୍ୟାବିନେଟ୍‌ର ସମସ୍ତ ପ୍ରସ୍ତାବ ଚୂଡ଼ାନ୍ତ ହେବ । ସେହିପରି ୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ ପାଖକୁ ଯିବ କ୍ୟାବିନେଟ୍‌ ପ୍ରସ୍ତାବ । ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ପ୍ରସ୍ତାବ କ୍ୟାବିନେଟ୍‌କୁ ଆସିପାରିବ ନାହିଁ । ଚିଠିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଆବଶ୍ୟକ ସ୍ଥଳେ ବିଭାଗୀୟ ସଚିବ କ୍ୟାବିନେଟ୍‌ ରୁମ୍‌କୁ ଯାଇପାରିବେ । କ୍ୟାବିନେଟ୍‌ରେ ମୁଖ୍ୟ ସଚିବ ଓ ଉନ୍ନୟନ କମିଶନରଙ୍କ ବ୍ୟତୀତ ଅନ୍ୟଙ୍କୁ ମନା କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial