ବର୍ତ୍ତମାନ ଭାରତୀୟ ଦଳର ଷ୍ଟାର ସ୍ପିନର ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ବିଚ୍ଛେଦ ହେବା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ତେବେ ଖବର ମୁତାବିକ ଚହଲ୍ ଏବଂ ଧନଶ୍ରୀଙ୍କ ଛାଡ଼ପତ୍ରର ଖବର କନଫର୍ମ ହୋଇଯାଇଛି । ଯାହାକୁ ନେଇ ବମ୍ବେ ହାଇକୋର୍ଟ ବଡ଼ ଆଦେଶ ଦେଇଛନ୍ତି । ସୂଚନା ଅନୁସାରେ ବମ୍ବେ ହାଇକୋର୍ଟ ଜଷ୍ଟିସ୍ ମାଧବ ଜାମଦାରଙ୍କୁ ଫ୍ୟାମିଲି କୋର୍ଟରେ ନିର୍ଦ୍ଦେଶ ଦେଇଛନ୍ତି ଯେ ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ଚହଲ୍ ଏବଂ ଧନଶ୍ରୀଙ୍କ ଛାଡ଼ପତ୍ର ମାମଲାର ଶୁଣାଣି ହେବା ଦରକାର । ମାର୍ଚ୍ଚ ୨୦ ତାରିଖରେ ଦମ୍ପତିଙ୍କ ଛାଡ଼ପତ୍ରକୁ ନେଇ ଶୁଣାଣି ହେବା କଥା ସୂଚନା ମିଳୁଛି ।
ସୂଚନା ଅନୁସାରେ, ବାହାଘରର ପା଼ଞ୍ଚ ବର୍ଷ ପୂରିଯାଇଥିଲେ ମଧ୍ୟ ଦୁଇଜଣଙ୍କ ମଧ୍ୟରେ ମତଭେଦ ଭଳି ସମସ୍ୟା ଦେଖାଦେଇଥିଲା । ବାହାଘରର ଦୁଇ ବର୍ଷ ପରେ ଦୁଇଜଣଙ୍କ ମଧ୍ୟରେ ମନମାଳିନ୍ୟ ଦେଖାଦେଇଥିଲା। ସେଥିପାଇଁ ସେ ଅଢେଇ ବର୍ଷ ଅଲଗା ହୋଇ ରହୁଥିଲେ। ପରେ ପରେ ଏହି ଛାଡପତ୍ର ଗୁଜବ ସୋସିଆଲ ମିଡିଆରେ ଛାଇ ଯାଇଥିଲା। ଛାଡପତ୍ର ଗୁଜବ ମଧ୍ୟରେ ଚହଲ ଏବଂ ଧନଶ୍ରୀ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରିବା ସହ ଚହଲ ଧନଶ୍ରୀଙ୍କ ସହିତ ଉଠେଇଥିବା ସମସ୍ତ ଫଟୋ ମଧ୍ୟ ହଟାଇ ଦେଇଥିଲେ।
Leave a Reply