ବିଧାନସଭା ଘେରଉ ପ୍ରତିବାଦକୁ ନେଇ ପିସିସି ସଭାପତିଙ୍କ ସମେତ ୫ ହଜାରରୁ ଅଧିକ କଂଗ୍ରେସ କର୍ମୀଙ୍କ ବିରୋଧରେ ମାମଲା ରୁଜୁ କରିଛି: କ୍ୟାପିଟାଲ ଥାନା

ଗତ ମାର୍ଚ୍ଚ ୨୭ରେ ରାଜଧାନୀରେ କଂଗ୍ରେସ ରଣହୁଙ୍କାର ଦେଇଥିଲା। ବିଧାନସଭା ଘେରିବାକୁ ବିଶାଳ ପଦଯାତ୍ରା ପରେ ଲୋୟର ପିଏମ୍‌ଜିରେ ଉତ୍ତେଜନା ଦେଖା ଦେଇଥିଲା। ପୋଲିସ ସହ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ପରେ ରଣକ୍ଷେତ୍ର ପାଲଟି ଯାଇଥିଲା ଧାରଣାସ୍ଥଳ। ତେବେ ସେତେବେଳେ ଉପୁଜିଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପିସିସି ସଭାପତିଙ୍କ ସମେତ କଂଗ୍ରେସର ସବୁ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ। କ୍ୟାପିଟାଲ ଥାନାରେ ପିସିସି ସଭାପତିଙ୍କ ସମେତ ୫ ହଜାରରୁ ଅଧିକ କଂଗ୍ରେସ କର୍ମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଦଙ୍ଗା ଭିଆଇବା, ଆଇନକୁ ହାତକୁ ନେବା ଭଳି ୧୦ ସଙ୍ଗୀନ ଦଫାରେ ମାମଲା ରୁଜୁ କରିଛି କମିଶନରେଟ ପୁଲିସ । ଗତ ୧୭ ତାରିଖରେ କଂଗ୍ରେସ ବିଧାନସଭା ଘେରାଉ କରିଥିଲେ କଂଗ୍ରେସ କର୍ମୀ ଓ ନେତା। ଢେଲା, ପଥର ସହ ପ୍ଲାଷ୍ଟିକ୍ ଚେୟାର ଓ ଅଣ୍ଡା ଫୋପାଡିଥିଲେ କଂଗ୍ରେସ କର୍ମୀ। ବିକ୍ଷୋଭ ସମୟରେ ପୁଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଏକାଧିକ ପୋଲିସ କର୍ମଚାରୀ ଓ କଂଗ୍ରେସ କର୍ମୀ ଆହତ ହୋଇଥିଲେ। ଏହି ମାମଲାରେ କ୍ୟାପିଟାଲ୍‌ ଥାନା ପୋଲିସ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମତେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ବିଧାୟକ ତାରା ପ୍ରସାଦ ବାହିନୀପତି, ରମେଶ ଚନ୍ଦ୍ର ଜେନାଙ୍କ ସମେତ ୫ହଜାରରୁ ଊର୍ଦ୍ଧ୍ବ ନେତା ଓ କର୍ମୀଙ୍କ ନାମରେ ମାମଲା ରୁଜୁ ହୋଇଛି । ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ମାତ୍ର ୪ଜଣଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial