କଲେକ୍ଟର ଓ ଆରଡିସିଙ୍କ ଛୁଟି ବାତିଲ କଲେ ରାଜ୍ୟ ସରକାର: ତୁରନ୍ତ ଚାକିରିରେ ଯୋଗ ଦେବାକୁ ନିର୍ଦ୍ଦେଶ

ରାଜ୍ୟରେ ସମସ୍ତ କଲେକ୍ଟର ଓ ଆରଡିସିଙ୍କ ଛୁଟି ବାତିଲ କଲେ ରାଜ୍ୟ ସରକାର । ରାଜ୍ୟରେ ସମସ୍ତ କଲେକ୍ଟର ଓ ଆରଡିସିଙ୍କ ଛୁଟି ବାତିଲ ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି । ସମସ୍ତ ଜିଲ୍ଲାପାଙ୍କୁ ଅତିରିକ୍ତ ସଚିବଙ୍କ ଚିଠି । ଛୁଟିରେ ଥିବା ଅଧିକାରୀ ତୁରନ୍ତ ଚାକିରିରେ ଯୋଗ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଆରଡିସି. କଲେକ୍ଟର ଏବଂ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ କାର୍ଯ୍ୟରେ ତୁରନ୍ତ ଯୋଗ ଦେବା ଲାଗି ନିର୍ଦ୍ଦେଶ ଜାରି କରାଯାଇଛି । ମୁଖ୍ୟାଳୟ ଛାଡ଼ି ନ ଯିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ପାକିସ୍ତାନ-ଭାରତ ଯୁଦ୍ଧକୁ ନଜରରେ ରଖି ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି ।

ସେହିପରି ଦିଲ୍ଲୀରେ ମଧ୍ୟ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପୂର୍ବରୁ ଦିଲ୍ଲୀ ସମେତ ହରିୟାଣା, ଗୁଜୁରାଟ, ରାଜସ୍ଥାନ ଆଦି ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଦିଆଯାଇଛି । ସୀମାନ୍ତ ରାଜ୍ୟ ଯେପରିକି ଜମ୍ମୁ-କାଶ୍ମୀର, ରାଜସ୍ଥାନ ଓ ପଞ୍ଜାବରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସମ୍ବେଦନଶୀଳ ଅଂଚଳରେ ସେନା ମୁତୟନ କରାଯାଇଛି । ଭାରତୀୟ ସେନା ନିଜର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ୧୪ଟି ଟେରିଟୋରିୟାଲ ଆର୍ମି ଓ ଇନଫାନଣ୍ଟ୍ରି ବାଟାଲିୟନକୁ ସକ୍ରିୟ କରିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial