୨୬ନଂ ଜାତୀୟ ରାଜପଥରେ ଦୁର୍ଘଟଣା; ଟ୍ରକକୁ ପଛରୁ ପିଟିଲା ଏକ ଯାତ୍ରୀବାହୀ ବସ୍ ।

ଆଜି ୨୬ନଂ ଜାତୀୟ ରାଜପଥରେ ଘଟିଛି ଏକ ଭୟାବହ ଦୁର୍ଘଟଣା। ଟ୍ରକକୁ ପଛରୁ ପିଟିଛି ଏକ ଯାତ୍ରୀବାହୀ ବସ୍। ଭୁବନେଶ୍ୱରରୁ ଉମରକୋଟ ଆସୁଥିବା ରଘୁନାଥ ନାମକ ଏକ ଘରୋଇ ବସ୍ କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ନଂ କୋକସର ଥାନା ଅନ୍ତର୍ଗତ ଚାରବାହାଲ ନିକଟରେ ଆଜି ଭୋର ୩ଟା ସମୟରେ ରାସ୍ତା ପାର୍ଶ୍ୱରେ ଠିଆହୋଇ ଥିବା ଏକ ଟ୍ରକକୁ ପଛପଟୁ ଧକା ଦେଇ ଦୁର୍ଘଟଣାଗସ୍ତ ହୋଇଛି । ଫଳରେ ବସ୍ ରେ ଥିବା ଯାତ୍ରୀମାନେ ଆହାତ ହୋଇଛନ୍ତି। ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ପାଖ ଡାକ୍ତରଖାନାକୁ ପଠାଇଛନ୍ତି। ଜଣେ ଯାତ୍ରୀଙ୍କ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୫ଜଣ ଗୁରୁତର ଥିବା ଜଣାପଡ଼ିଛି । ମୃତ ଯାତ୍ରୀଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ । କୋକସର ଥାନା ମୋଟର ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି l

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial