ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ବସ୍ । ଗତକାଲି ବିଳମ୍ବିତ ରାତିରେ ବସଟି ଶ୍ରମିକମାନଙ୍କୁ ନେଇ ହେମଗିରି ଥାନା ଡୁଲିଙ୍ଗା କୋଇଲା ଖଣିକୁ ଯାଉଥିଲା ବେଳେ ଓଲଟିଲା ବସ୍। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଥିବା ନେଇ ସୂଚନା ମିଳିଛି। ସୁନ୍ଦରଗଡ଼ ଜିଲ୍ଲା ଦୁଲିଙ୍ଗା ସ୍ଥିତ ଏନଟିପିସି କୋଇଲା ଖଣି ନିକଟରେ ଏହି ଦୁର୍ଘଟଣା ଘଟିଛି । ଗୁରୁତର ଶ୍ରମିକଙ୍କୁ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ ପରେ ଉପଯୁକ୍ତ କ୍ଷତି ପୂରଣ ଦାବି ନେଇ ଶ୍ରମିକମାନେ କାର୍ଯ୍ୟବନ୍ଦ କରି ଆନ୍ଦୋଳନ କରିଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୃତୟନ କରାଯାଇଛି।
ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ବସ୍: ଘଟଣାସ୍ଥଳରେ ଜଣେ ମୃତ ୫ରୁ ଅଧିକ ଗୁରୁତର ।

Leave a Reply