ପୋଲ ତଳକୁ ଓଲଟିଲା ବସ୍, ୨୦ରୁ ଉର୍ଦ୍ଧ୍ୱ ଆହତ। ବାଲେଶ୍ୱର ନୁଣିଆଯୋଡ଼ି ପୋଲରେ ଭାରସାମ୍ୟ ହରାଇ ଓଲଟିଲା ଏକ ଯାତ୍ରୀବାହୀ ବସ୍। ବାଲିଆପାଳରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା ବସ୍। ବସ୍ରେ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିବା ସୂଚନା ମିଳିଛି । ବାଲେଶ୍ୱର ଜିଲ୍ଲା ନୁଣିଆଯୋଡ଼ି ପୋଲ ନିକଟରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରୁ ଚାଲିଛି ଉଦ୍ଧାର କାର୍ଯ୍ୟ ।
ଖବର ଅନୁଯାୟୀ, ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବାଲେଶ୍ୱର ଅଭିମୁଖେ ଯାଉଥିଲା ଏକ ଯାତ୍ରୀବାହୀ ବସ୍ । ହେଲେ ବାଲେଶ୍ୱର ନୁଣିଆଯୋଡ଼ି ପୋଲ ନିକଟରେ ଯାତ୍ରୀବାହୀ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ବସ୍ଟି ପୋଲ କଡ଼ରେ ଥିବା ପାଣିରେ ପଡିଯାଇଥିଲା । ତେବେ ବସ୍ଟି ପାଣିରେ ପଡିବା ଦ୍ୱାରା ଗାଡ଼ିରେ ଥିବା ୪୦ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଆହତ ହୋଇଥିବା ଜଣାପଡିଛି । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛନ୍ତି । ଏବେ ଯାଏଁ ଆହତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳିନାହିଁ । ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗିଛି ।












Leave a Reply