ନୂଆପଡ଼ା ଉପ-ନିର୍ବାଚନ: ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ଉଭୟ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ।

ଅକ୍ଷର ବ୍ୟୁରୋ: ଆଜି ନୂଆପଡ଼ା ଉପ-ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ଉଭୟ ବିଜେପି ଓ କଂଗ୍ରେସ ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଜି ନୂଆପଡ଼ାରେ ପ୍ରାର୍ଥିପତ୍ର ଦାଖଲ କରିବେ । ଗତ ୧୧ ତାରିଖରେ ବିଜେପିରେ ସାମିଲ ହୋଇଥିଲେ ଜୟ ଢୋଲକିଆ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ମଧ୍ୟ ଆଜି ନାମାଙ୍କନ ଭରିବେ । ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ନୂଆପଡ଼ାରେ ଉପନିର୍ବାଚନ ହେବାକୁ ଯାଉଛି । ନଭେମ୍ବର ୧୧ରେ ନୂଆପଡ଼ା ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ । ହଜାର ହଜାର ସମର୍ଥକଙ୍କ ଗହଣରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିବେ ଦୁଇ ପ୍ରାର୍ଥୀ । ଜୟ ଢୋଲକିଆଙ୍କ ସହ କେତେକ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ରହିବେ । ଜୟ ଢୋଲକିଆ ୧୬ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବାର ଥିଲା । କିନ୍ତୁ ଶୁଭ ମୁହୂର୍ତ୍ତ ନଥିବାରୁ ସେ ଆଜିକୁ ଘୁଞ୍ଚାଇଥିଲେ । ସେହିପରି ଘାସିରାମ ମାଝୀ ନିଜ ସମର୍ଥକଙ୍କ ସହ ଆସି ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ । ତାଙ୍କ ସହ ଉପସ୍ଥିତ ରହିବେ ପିସିସି ସଭାପତି ଭକ୍ତ ଚରଣ ଦାସ । ଆଜି ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଗୋଟିଏ ଦିନରେ ନାମାଙ୍କନ ଦାଖଲ କରୁଥିବାରୁ ନୂଆପଡ଼ା କମ୍ପିବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial