ପାକିସ୍ତାନର ଗୁଇନ୍ଦା ସଂସ୍ଥାରେ ଅର୍ନ୍ତଭୁକ୍ତ ଅଛନ୍ତି ବ୍ଲଗର ଜ୍ୟୋତି ମାଲହୋତ୍ରା; ତଥ୍ୟ ଓଗାଳୁଛି ଭାରତ ପୋଲିସ ।

ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ୟୁଟ୍ୟୁବର ଦୁନିଆରେ ପ୍ରବେଶ କରି ଭାରତ ବିରୁଦ୍ଧରେ ଆଉ ଏକ ଷଡ଼ଯନ୍ତ୍ର ରଚିଛି। ସେଥିରେ ଶିକାର ହୋଇଛନ୍ତି, ବ୍ଲଗର ଜ୍ୟୋତି ମାଲହୋତ୍ରା। ‘ଟ୍ରାଭେଲ୍ ୱିଥ୍ ଜୋ’ ଚ୍ୟାନେଲର ହୋଷ୍ଟ ଏବଂ 3.77 ଲକ୍ଷ ସବସ୍କ୍ରାଇବର୍ ସହିତ ଜଣେ YouTuber ଜ୍ୟୋତି ମାଲହୋତ୍ରାଙ୍କୁ ଥରେ ପାକିସ୍ତାନର କରତାରପୁରରେ ଲଙ୍ଗର ଚାଖିବାର ଦେଖାଯାଇଥିଲା ଏବଂ କେତେବେଳେ ଇଣ୍ଡୋନେସିଆର ବେଳାଭୂମିରେ ଭିଡିଓ ତିଆରି କରୁଥିବାର ଦେଖାଯାଇଥିଲା। ପ୍ରକୃତରେ ଏହା ISIର ଚାଲଣର ଏକ ଅଂଶ ବୋଲି ଜଣାପଡ଼ିଲା। ଏବେ ସେହି ‘ଜୋ’କୁ ଗୁପ୍ତଚର ଅଭିଯୋଗରେ ଭାରତରେ ଗିରଫ କରାଯାଇଛି।

ପୋଲିସର ସୂଚନା ଅନୁଯାୟୀ, ଜ୍ୟୋତି 2023 ରୁ ଏପର୍ଯ୍ୟନ୍ତ ତିନିଥର ପାକିସ୍ତାନ ଯାତ୍ରା କରିଛନ୍ତି। ଦୁଇଥର ଧାର୍ମିକ କାଫଲା ସହିତ ଏବଂ ଥରେ କରତାରପୁର କରିଡର ଦେଇ। କିନ୍ତୁ ଏହି ଯାତ୍ରା ପଛରେ କେବଳ ଭକ୍ତି ନୁହେଁ ବରଂ ଏକ ଗଭୀର ଷଡ଼ଯନ୍ତ୍ର ଥିଲା। ସେଠାରେ ତାଙ୍କର ଭେଟ ପାକିସ୍ତାନୀ ଏଜେଣ୍ଟ ‘ଦାନିଶ’ (ଏହସାନ-ଉର-ରହିମ) ସହିତ ହୋଇଥିଲା, ଯିଏ ତାଙ୍କୁ ISI ଅଧିକାରୀ ଶାକିର ଏବଂ ରାଣା ଶାହବାଜଙ୍କ ସହ ପରିଚୟ କରାଇଥିଲେ।

‘ଜଟ୍ ରନ୍ଧାୱା’ କୋଡନାମ ଅଧୀନରେ, ଏନକ୍ରିପ୍ଟେଡ୍ ଆପ୍ସ ଏବଂ ସୋସିଆଲ ମିଡିଆ ମାଧ୍ୟମରେ, ଜ୍ୟୋତି ପାକିସ୍ତାନକୁ ଏପରି ସୂଚନା ପ୍ରଦାନ କରୁଥିଲେ। ଯାହା ଅନେକ ସରକାରୀ ଅଧିକାରୀଙ୍କ ପାଖରେ ପହଞ୍ଚି ନଥିଲା, ସାଧାରଣ ନାଗରିକଙ୍କ ପାଖରେ ମଧ୍ୟ ନ ଥିଲା। ସେପ୍ଟେମ୍ବର 2024 ରେ ଜ୍ୟୋତି ପୁରୀ ଆସିଥିଲେ ଏବଂ ସେଠାରେ ଜଣେ ମହିଳାଙ୍କୁ ଭେଟିଥିଲେ ଯିଏକି କର୍ତ୍ତାରପୁରରୁ ସଦ୍ୟ ଫେରିଥିଲେ, ତେଣୁ ଓଡ଼ିଶା ପୋଲିସକୁ ମଧ୍ୟ ତଦନ୍ତ ଭିତରକୁ ଟାଣି ନିଆଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial