ଫେରିଲା ବାର୍ଡ ଫ୍ଲୁ । ପୁରୀ ଜିଲ୍ଲା ଡେଲାଙ୍ଗରେ ବାର୍ଡ ଫ୍ଲୁ । ଭୋପାଳରୁ ଆସିଛି ରକ୍ତ ନମୁନାର ରିପୋର୍ଟ । ଡେଲାଙ୍ଗର ୩ଟି ସ୍ଥାନକୁ ନିଷିଦ୍ଧ ଅଞ୍ଚଳ ଘୋଷଣା କରାଯାଇଛି । କୁକୁଡ଼ାଙ୍କ ରକ୍ତ ନମୁନା ରିପୋର୍ଟ ଆସିବା ପରେ ପ୍ରଶାସନ ଗୁରୁତ୍ୱର ସହ ନେଇଛି । ଡେଲାଙ୍ଗ ସଂକ୍ରମିତ ଅଞ୍ଚଳରୁ ୬ ହଜାର ୫୦୦ କୁକୁଡ଼ା ମାରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ସଂକ୍ରମଣ ହୋଇଥିବା ସ୍ଥାନ ଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ କଡ଼ା ନଜର ରଖାଯିବ । ଡେଲାଙ୍ଗ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୋମନାଥ ଦାସ ଏହି ସୂଚନା ଦେଇଛନ୍ତି ।
ପୁରୀ ଜିଲ୍ଲା ଡେଲାଙ୍ଗରେ ବାର୍ଡ ଫ୍ଲୁ ; ୩ଟି ସ୍ଥାନକୁ ନିଷିଦ୍ଧ ଅଞ୍ଚଳ ଘୋଷଣା କଲା ପ୍ରଶାସନ ।

Leave a Reply