ଖୋର୍ଦ୍ଧାକୁ ବ୍ୟାପିଲା ବାର୍ଡ ଫ୍ଲୁ ; ଭୋପାଳରୁ ଆସିଲା ନମୁନାର ପଜିଟିଭି ରିପୋର୍ଟ ।

ଖୋର୍ଦ୍ଧାକୁ ବ୍ୟାପିଲା ବାର୍ଡ ଫ୍ଲୁ । ଭୋପାଳରୁ ଆସିଲା ନମୁନାର ପଜିଟିଭି ରିପୋର୍ଟ । ଏହାପରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି । ମୁଣ୍ଡାଆମ୍ବରେ ପ୍ରାୟ ସାଢ଼େ ୪ ହଜାର କୁକୁଡ଼ାଙ୍କୁ ମରାଯାଇଛି । କିଛିଦିନ ଧରି ଡେଲାଙ୍ଗ ଅଞ୍ଚଳରେ ଏହାର ପ୍ରଭାବ ଥିବା ପରେ ସତର୍କ ହୋଇ ପଡ଼ିଥିଲେ ଖୋର୍ଦ୍ଧା ପ୍ରଶାସନ । ସମ୍ପୂର୍ଣ୍ଣ ଜିଲ୍ଲା ନଜରରେ ରହିଥିଲା । ଏହାରି ଭିତରେ ୧୦ କିମି ପରିଧି ଭିତରେ ଥିବା ଫାର୍ମ ଗୁଡ଼ିକରୁ ନମୁନା ସଂଗ୍ରହ କରାଯାଇଥିଲା । ଜଙ୍କିଆ ଅଞ୍ଚଳରେ ଶତାଧିକ କୁକୁଡ଼ା ମରିବାର ଖବର ଆସିବା ପରେ ସେଠାରୁ ନମୁନା ସଂଗ୍ରହ କରି ଭୋପାଳ ପଠାଯାଇଥିଲା। ତେବେ ଏହା ପଜିଟିଭ ଆସିଥିବା ପ୍ରାଣୀଧନ ବିଭାଗ ସ୍ପଷ୍ଟ କରିଛି । ମୁଣ୍ଡାଆମ୍ବ ଠାରେ ଏକ ଫର୍ମର ୪ ହଜାର ୫୦୭ କୁକୁଡ଼ାକୁ ପୋତାଯାଇଥିବା ବିଭାଗ ସୂଚନା ଦେଇଛି । ସେହିଭଳି ଭାବରେ ଆଜିଠାରୁ ନିକଟବର୍ତୀ ଅଞ୍ଚଳର କୁକୁଡ଼ା ମରାଯିବାର ବ୍ୟବସ୍ତା କରାଯିବ ବୋଲି ସୂଚନା ଦେଇଛି ବିଭାଗ ।

ଏହାପୂର୍ବରୁ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ବି ବ୍ୟାପିଥିଲା ବାର୍ଡ ଫ୍ଲୁ । ସଂକ୍ରମଣ ରୋକିବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ରାପିଡ୍ ରେସ୍ପନସ ଟିମ୍- ଆରଆରଟି କୁକୁଡ଼ା ମରା ଅଭିଯାନ ଆରମ୍ଭ କରିଥିଲା । ପ୍ରଥମେ ବଡ଼ ଆଙ୍କୁଲାର ଏକ କୁକୁଡ଼ା ଫାର୍ମରୁ ସଂକ୍ରମତ କୁକୁଡ଼ା ଅଭିଯାନ ଆରମ୍ଭ ହୋଇଥିଲା । ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଏଠାରେ ୬୦୦୦ କୁକୁଡ଼ା ମାରିଥିଲା ପ୍ରଶାସନ । ବଡ଼ ଆଙ୍କୁଲା, ମୁନିଦା ଓ କୋଠବାଡ଼ ପଞ୍ଚାୟତର ୧୧ଟି ଗାଁରେ ବାର୍ଡ ଫ୍ଲୁ ସଂକ୍ରମଣ ଦେଖାଦେଇଛି । ବହୁ ସଂଖ୍ୟାରେ କୁକୁଡ଼ା ମରୁଛନ୍ତି । ଅଞ୍ଚଳର ୧୦ କିଲୋମିଟର ପରିଧିରୁ କୁକୁଡ଼ା ରପ୍ତାନୀ ଓ ବିକ୍ରି ଉପରେ ରୋକ୍ ଲଗାଇଛି ପ୍ରଶାସନ । ୪ ମାସ ତଳେ ଅଞ୍ଚଳରେ ବାର୍ଡ ଫ୍ଲୁ’ରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିନାହିଁ । ଏବେ ଚାଷୀ ପୁଣି ମୁଣ୍ଡରେ ହାତ ଦେଲେଣି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial