ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ।

ଦେବଗଡ଼ ଜିଲ୍ଲାରେ ଆଜି ଘଟିଛି ଏକ ବଡ ଦୁର୍ଘଟଣା। ରିଆମାଳ ବ୍ଲକ ପଳସମା ଗ୍ରାମର ଅଭୟ ବଗାରଙ୍କ ଏକ ମାତ୍ର ପୁଅ ଚକ୍ରଧର ବଗାର(୩୦)ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ ଚକ୍ରଧର ସକାଳ ପ୍ରାୟ ୭ଟା ସମୟରେ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅନ୍ତର୍ଗତ ସଂସାମରା ଗ୍ରାମକୁ ତାଙ୍କ ସାଙ୍ଗକୁ ଛାଡ଼ିବାକୁ ଯାଇଥିଲେ। ଘରକୁ ଫେରିବା ସମୟରେ ସଂସାମରା ଗାଁ ମୁଣ୍ଡରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ରାସ୍ତାପାଖ ଧାନଜମିକୁ ଛିଟିକି ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

ଚକ୍ରଧରଙ୍କ ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ପରିବାରର ଏକ ମାତ୍ର ରୋଜଗାରିଆ ପୁଅ ଥିଲେ। ରାସ୍ତାରେ ଯାତାୟତ କରୁଥିବା ଲୋକେ ଦୁର୍ଘଟଣାଗ୍ରସ୍ତ ବାଇକ୍ ଓ ତାଙ୍କୁ ରାସ୍ତା ପାଖ ଜମିରେ ଛିଟିକି ପଡିଥିବାର ଦେଖି ଲୋକେ ତାଙ୍କ ପରିବାର ଲୋକଙ୍କୁ ଏବଂ ରେଙ୍ଗାଳି ପୋଲିସଙ୍କୁ ସୂଚନା ଦେଇଥିଲେ। ଫଳରେ ସୂଚନା ପାଇ ରେଙ୍ଗାଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଶବ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପାଲଲହଡ଼ା ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ଏ ସମ୍ପର୍କରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial