ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ବରଗଡର ଅର୍ଦ୍ଧଦଗ୍ଧ ନାବାଳିକା । ଫିରିଙ୍ଗିମାଲରୁ ଗୁରୁତର ଅବସ୍ଥାରେ ବୁର୍ଲା ଆସିଥିଲେ ଅର୍ଦ୍ଧଦଗ୍ଧ ନାବାଳିକା । ତେବେ ଚିକିତ୍ସାଧିନ ଅବସ୍ଥାରେ ନାବାଳିକାଟିର ମୃତ୍ୟୁ ହୋଇଛି । ଆଜି ସକାଳୁ ଗାଇସିଲଟ ଥାନା ଫିରିଙ୍ଗିମାଳ ଗାଁରେ ୧୩ ବର୍ଷର ନାବାଳିକାଙ୍କୁ କିଏ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା । ସେପଟେ ବରଗଡ଼ ଗାଇସିଲଟ ନାବାଳିକା ପୋଡ଼ି ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି ଟିମ । ବରଗଡ ଦାୟିତ୍ୱରେ ଥିବା ବଲାଙ୍ଗୀର ଏସପି ଅଭିଳାଷ ଜି. ଙ୍କ ସୂଚନା । ତିନି ଜଣ ଆଇଆଇସିଙ୍କୁ ନେଇ ଟିମ ଗଠନ ହୋଇଛି । ଫିରିଙ୍ଗିମାଳ ଗାଁକୁ ଯାଇ ତଦନ୍ତ କରିବ ପୁଲିସ ଟିମ୍ ।
ସୂଚନା ଅନୁସାରେ, ନିଜ ଘର ପଛପଟ ପଡ଼ିଆରେ ନାବାଳିକା ଜଣଙ୍କ ଜଳୁଥିବାର ଦେଖିବାକୁ ପାଇଥିଲେ ପାଖ ପଡୋଶୀ । ନିଆଁ ଲିଭାଇବା ସହ ନାବାଳିକା କେମିତି ପୋଡ଼ି ହେଲେ ବୋଲି ପଚାରିଥିଲେ । ଆଉ ଜଳି ଯାଇଥିବା ନାବାଳିକା କହିଥିଲେ ତାଙ୍କ ସହ କଣ ହୋଇଛି । କେହି ଜଣେ ଝିଅ ତାଙ୍କୁ ହତ୍ୟା କରିବାକୁ ଚାହୁଥିବା ନିଜ ବୟାନରେ କହିଛନ୍ତି ନାବାଳିକା ଜଣଙ୍କ । ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୩ ବର୍ଷୀୟା ନାବାଳିକା ପୋଡ଼ିକୁ ନେଇ ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି । ନାବାଳିକା ଝିଅକୁ କିଏ ଜାଳିଦେଲା ନା ସେ ନିଜେ ପୋଡ଼ି ହୋଇଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରି ନାହିଁ ।
Leave a Reply