ବାଂଲାଦେଶୀଙ୍କୁ ଚିହ୍ନଟ କରି ତୁରନ୍ତ ଦେଶରୁ ବିତାଡିତ କରିବାକୁ ସରକାର ନିର୍ଦ୍ଦେଶ ଦେବା ପରେ ଏବେ ପୋଲିସ ପ୍ରଶାସନ ତତ୍ପର ହୋଇପଡିଛି । ବାଂଲାଦେଶୀ ଅନୁପ୍ରବେଶ ରୋକିବାକୁ ପଦକ୍ଷେପ ନେଉଛି ପୋଲିସ ପ୍ରଶାସନ । ସମୁଦ୍ର କୂଳିଆ ଅଞ୍ଚଳରେ କଡା ସୁରକ୍ଷା ସହ ପାଟ୍ରୋଲିଂ ବ୍ୟବସ୍ଥାକୁ ସୁଦୃଢ କରୁଛି ପ୍ରଶାସନ । ଗୋପାଳପୁର, ପାତିସୋନପୁର, ଆର୍ଯ୍ୟପଲ୍ଲୀ ପ୍ରମୁଖ ସମୁଦ୍ରକୂଳିଆ ସ୍ଥାନ ଗୁଡିକରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବ୍ରହ୍ମପୁର ଏସ୍ପି କହିଛନ୍ତି ।
ସେପଟେ ଦେଶର ସୁରକ୍ଷା ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସମେତ ବିଭିନ୍ନ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ରହିଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରି ତୁରନ୍ତ ବିତାଡିତ କରିବାକୁ ସଚେତନ ନାଗରିକ ନିବେଦନ କରିଛନ୍ତି । ପୋଲିସ ପ୍ରଶାସନର ନିର୍ଦ୍ଦେଶ କ୍ରମେ ସମୁଦ୍ର ତଟରେ ପାଟ୍ରୋଲିଂ କରିବା ସହ କୂଳରେ ଲାଗୁଥିବା ଡ଼ଙ୍ଗାକୁ ଯାଞ୍ଚ କରାଯାଉଛି । ଅଜଣା ବ୍ୟକ୍ତି ଧରାପଡ଼ିଲେ ସଙ୍ଗେ ସଙ୍ଗେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଉଛୁ ବୋଲି ତଟ ସୁରକ୍ଷା କର୍ମଚାରୀ କହିଛନ୍ତି ।












Leave a Reply