ଜୀବନ ଓ ମୃତ୍ୟୁ ସହ ୧୫ଦିନ ଧରି ସଂଗ୍ରାମ କରିବା ପରେ ବଳଙ୍ଗା ପୀଡ଼ିତା ଶେଷରେ ଆଖି ବୁଜିଛନ୍ତି। ଦିଲ୍ଲୀ ଏମ୍ସରୁ ତାଙ୍କ ମୃତଦେହ ଆସିବା ପରେ ଆଜି ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଆଜି ସକାଳ ୯ଟାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ପୀଡ଼ିତାଙ୍କୁ ବାୟାବର ଗାଁ କବରସ୍ତାନରେ କବର ଦିଆଯାଇଛି। ଗାଁରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ସୂଚନାଯୋଗ୍ୟ, ବଳଙ୍ଗା ପୀଡ଼ିତାଙ୍କୁ ତିନି ଜଣ ଦୁର୍ବୃତ୍ତ ଅପହରଣ କରି ଜୀବନ୍ତ ପୋଡ଼ିଦେଇଥିଲେ। ତାଙ୍କୁ ପ୍ରଥମେ ଭୁବନେଶ୍ୱର ଏମ୍ସ ଓ ପରେ ଦିଲ୍ଲୀ ଏମ୍ସ ଅଣାଯାଇଥିଲା। ପ୍ରାୟ ୧୪ ଦିନ ଧରି ମରଣ ସହ ଲଢ଼ିବା ପରେ ଗତ ଶନିବାର ରାତିରେ ପୀଡ଼ିତା ଆଖି ବୁଜିଥିଲେ। ଗତକାଲି ସକାଳେ ଏମ୍ସରେ ତାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଏହାକୁ ନେଇ ରାଜନୀତି ଜୋର ଧରିଛି।
Leave a Reply