ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲ୍ ଗଲେ କୁବେର ଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ ।

ଜେଲ୍ ଗଲେ କୁବେର ଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ । ଗିରଫ ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କୁ ଅନୁଗୁଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ଜାମିନ୍ ନାମଞ୍ଜୁର ହେବାରୁ ସେଠାରୁ ତାଙ୍କୁ ଅନୁଗୁଳ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ବୈକୁଣ୍ଠନାଥ । ଅବସର ଦିନ ବିଦାୟ କାଳୀନ ସମ୍ବର୍ଦ୍ଧନା ପାଇବା ବଦଳରେ ତାଙ୍କୁ ଜେଲ୍ ଯିବାକୁ ପଡ଼ିଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ପାଞ୍ଚଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିଲା । ତାଙ୍କ ନିକଟରୁ ଆୟ ତୁଳନାରେ ୪୮୩ ପ୍ରତିଶତରୁ ଅଧିକ ସମ୍ପତ୍ତି ମିଳିଛି । ନଗଦ ୨କୋଟି ୫୬ ଲକ୍ଷ ଟଙ୍କା, ୨ଟି ବହୁତଳ ପ୍ରାସାଦ, ଦୁଇଟି ଫ୍ଲାଟ୍, ୭ଟି ପ୍ଲଟ୍, ଦେଢ କୋଟି ଟଙ୍କାର ବ୍ୟାଙ୍କ୍ ଜମା ଜବତ ହୋଇଛି । ଦେଢ କେଜି ଓଜନର ସୁନା ଗହଣା ମଧ୍ୟ ଜବତ କରିଛି ଭିଜିଲାନ୍ସ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial