ଆୟୁଷ୍ମାନ କାର୍ଡକୁ ନେଇ ଆଜି ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବା ନେଇ ସୂଚନା ରହିଛି। ସୂଚନା ଅନୁସାରେ ଏହି ବୈଠକରେ ଆୟୁଷ୍ମାନ କାର୍ଡକୁ ନେଇ ଏବଂ ରୋଗୀଙ୍କୁ ହେଉଥିବା ସମସ୍ୟାକୁ ନେଇ ଘରୋଇ ଡାକ୍ତରଖାନା ଏବଂ ଡାକ୍ତରଙ୍କ ସହ ଆଲୋଚନା କରିବ ସ୍ୱାସ୍ଥ୍ୟ ବିଭାଗ । କେଉଁ କାରଣରୁ ସମସ୍ୟା ହେଉଛି ଏବଂ କିପରି ଏହାର ସମାଧାନ ହୋଇ ପାରିବ ତା ଉପରେ ଆଲୋଚନା ହେବ। ତେବେ ଆଗକୁ ରୋଗୀ ମାନେ କିପରି ଏପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ତାହା ଉପରେ ଗୁରୁତ୍ୱ ଦିଆଯିବ।
ସୂଚନା ଅନୁସାରେ, BSKY କାର୍ଡ ବଦଳରେ ସରକାର ଆୟୁଷ୍ମାନ ଯୋଜନାର ଆରମ୍ଭ କରିଛନ୍ତି ହେଲେ ଏଥିରେ ବୈଷୟିକ ତ୍ରୁଟି ଯୋଗୁଁ ଏବେ ରୋଗୀଙ୍କ ସହ ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପାଇଁ ମଧ୍ୟ ଏକ ସମସ୍ୟା ସୃଷ୍ଟି ହୋଇଛି। ଆଜି ରୋଗୀଙ୍କ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ।












Leave a Reply