ଆଜି ବି ଅଚଳ ବିଧାନସଭା। ପୁଣି ହଙ୍ଗାମା ଦେଖିବାକୁ ମିଳିଛି ବିଧାନସଭାରେ। ଉଭୟ ବିରୋଧୀ କଂଗ୍ରେସ ଓ ବିଜେଡି କର୍ମୀ ପ୍ରତିବାଦ କରିଛନ୍ତି। ବାଚସ୍ପତିଙ୍କ ପୋଡ଼ିୟମ ନିକଟରେ ପ୍ଲା-କାର୍ଡ ଧରି ଘଣ୍ଟ ଓ ଝାଞ୍ଜ ବଜାଇ ପ୍ରତିବାଦ କରିଛନ୍ତି କଂଗ୍ରେସକର୍ମୀ। ମେଡିକାଲ ଶିକ୍ଷାରେ ବିଜେଡି ସଂରକ୍ଷଣ ଦାବି କରିଛି। ୨୭ ପ୍ରତିଶତ ସଂରକ୍ଷଣ, ଏସସି/ଏସଟି ଓ ଓବିସିଙ୍କ ପାଇଁ ସଂରକ୍ଷଣ ଦାବିରେ ବିଜେଡି ପ୍ରତିବାଦ କରିଥିଲାବେଳେ, ଏପଟେ ନାରୀ ସୁରକ୍ଷା ନେଇ କଂଗ୍ରେସ ସଦସ୍ୟମାନେ ପ୍ରତିବାଦ କରିଥିଲେ। ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ୧୨ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ ।
ଘଣ୍ଟ ଓ ଝାଞ୍ଜ ବଜାଇ ପ୍ରତିବାଦ କଲେ କଂଗ୍ରେସକର୍ମୀ

Leave a Reply