ରାଜଧାନୀରେ ପୁଣି ଏକ ଏନକାଣ୍ଟର; ବ୍ରାଉନସୁଗାର ବେପାରୀ ଶେଖ୍ ଜାମସେଦକୁ ଏନକାଣ୍ଟର କଲା ପୋଲିସ୍

ରାଜଧାନୀରେ ପୁଣି ଏକ ଏନକାଣ୍ଟର। ଭୁବନେଶ୍ୱରରେ ବ୍ରାଉନସୁଗାର ବେପାରୀ ଶେଖ୍ ଜାମସେଦକୁ ଏନକାଣ୍ଟର କଲେ ସ୍ୱତନ୍ତ୍ର କ୍ରାଇମ୍ ୟୁନିଟ୍ ଅଫିସର। ଅପରାଧୀକୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଛି। ଖଣ୍ତଗିରି ଅଞ୍ଚଳରେ ସ୍ୱତନ୍ତ୍ର କ୍ରାଇମ୍ ୟୁନିଟ୍ ଅଫିସର ଅନୁପ କାନୁନଗୋ ଏହି ଏନକାଉଣ୍ଟର କରିଛନ୍ତି।

ବିଳମ୍ବିତ ରାତିରେ ପୋଖରୀପୁଟରୁ ଖଣ୍ଡଗିରିକୁ ଯାଉଥିବା ବେଳେ ପିଛା କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ୍‌। ନିଜକୁ ବଞ୍ଚାଇବାକୁ ଯାଇ ଶେଖ ଜାମସେଦ ପୋଲିସ ଉପରକୁ ଗୁଳି ଚଳାଇଥିଲା। ପୋଲିସର ପାଲଟା ଗୁଳି ମାଡରେ ଅଭିଯୁକ୍ତର ଗୋଡ଼ରେ ଦୁଇଟି ଗୁଳି ବାଜିଛି। ଆହତ ଅବସ୍ଥାରେ ପୋଲିସ ଅଭିଯୁକ୍ତକୁ କାବୁ କରି ଏମ୍ସରେ ଭର୍ତ୍ତି କରାଇଥିଲେ । ତେବେ ଶେଖ ଜାମସେଦ ନିକଟରୁ ୨୦ଲକ୍ଷ ଟଙ୍କାର ବ୍ରାଉନସୁଗର ସହ ଗୋଟିଏ ମାଉଜର ଜବତ କରାଯାଇଥିବା ନେଇ ସୂଚନା ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial