ଅନୁଗୁଳ ମାଟିର ଝିଅ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାମଲଙ୍କୁ ଡକ୍ଟର ଅଫ୍ ଫିଲୋସଫି ଡିଗ୍ରୀ ପ୍ରାପ୍ତ ।

ଝାରଖଣ୍ଡ ରାଜ୍ୟର ମନାତୁ ଅଞ୍ଚଳରେ ଅବସ୍ଥିତ ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍ ଝାରଖଣ୍ଡ (C.U.J)ର ରସାୟନ ବିଜ୍ଞାନ ବିଭାଗର ଗବେଷଣା ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାମଲ ସଫଳତା ସହିତ ତାଙ୍କର ଗବେଷଣା କାର୍ଯ୍ୟ ସମାପ୍ତ କରି ଡକ୍ଟର ଅଫ୍ ଫିଲୋସଫି (ପିଏଚ୍.ଡି.) ଡିଗ୍ରୀ ଅର୍ଜନ କରିଛନ୍ତି। ତାଙ୍କର ଡକ୍ଟରେଟ୍ କାର୍ଯ୍ୟ ଏହି ବିଭାଗର ସହାୟକ ପ୍ରଫେସର ଡକ୍ଟର ସୌମେନ୍ ଦେଙ୍କ ନେତୃତ୍ୱରେ ସଫଳତାପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିଲା। ଯାହା “Application of natural and synthetic materials for water treatment” ବିଷୟ ଉପରେ କେନ୍ଦ୍ରିତ ଥିଲା। ଏହି ଶାସ୍ତ୍ରୀୟ ଉପଲବ୍ଧି ତାଙ୍କ ଦୃଢ଼ ନିଷ୍ଠା, ଶ୍ରମ ଓ ସମର୍ପଣର ପ୍ରମାଣ ଅତୁଟ ଭାବେ ପ୍ରତିଷ୍ଠିତ କରିଛି। ଡକ୍ଟର ପ୍ରିୟଙ୍କାଙ୍କ ଦ୍ୱାରା ୩୦ରୁ ଅଧିକ ଗବେଷଣା ପ୍ରବନ୍ଧ ପ୍ରସିଦ୍ଧ ଆନ୍ତର୍ଜାତୀୟ ଜୁର୍ଣ୍ଣାଲଗୁଡିକରେ ପ୍ରକାଶିତ ହୋଇଛି, ଯାହାର ୨୦୦ରୁ ଅଧିକ ସାଇଟେସନ୍, ଏବଂ h-index ଓ i10-index 10ରୁ ଅଧିକ ରହିଛି। ବିଭିନ୍ନ ରାଷ୍ଟ୍ରୀୟ ଓ ଆନ୍ତର୍ଜାତୀୟ ସମ୍ମିଳନୀରେ ସେ ତାଙ୍କ ଗବେଷଣାକାର୍ଯ୍ୟ ପ୍ରସ୍ତୁତ କରିଛନ୍ତି, ଯାହା ଫଳରେ କିଛି ସମ୍ମିଳନୀରେ ସେ ‘Best Presentation Award’ ମଧ୍ୟ ଅର୍ଜନ କରିଛନ୍ତି।

ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ନିବାସୀ ଶ୍ରୀ ଶରତ କୁମାର ସାମଲ ଓ ଶ୍ରୀମତୀ ମିନତୀ ସାମଲଙ୍କ ଝିଅ ପ୍ରିୟଙ୍କା ସରସ୍ୱତୀ ଶିଶୁ ମନ୍ଦିର, ପାଳଲହଡାରେ ପ୍ରାଥମିକ ଶିକ୍ଷା, ଢେଙ୍କାନାଳ ଅଟୋନୋମସ୍ ରେ ଉଚ୍ଚ ମାଧ୍ୟମିକ ଶିକ୍ଷା, ଭିଏସଏସୟୁଟି ବୁର୍ଲାରୁ M.Sc., ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ M.Phil ଡିଗ୍ରୀ ଶେଷ କରି 2021 ମସିହାରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଝାରଖଣ୍ଡ ( C.U.J) ରେ Ph.D. ପାଠକ୍ରମ ରେ ଯୋଗଦାନ କରି ଗବେଷଣା କାର୍ଯ୍ୟା ଆରମ୍ଭ କରିଥିଲେ। ଶ୍ରୀ ଓ ଶ୍ରୀମତୀ ସାମଲ ତାଙ୍କ ଝିଅଙ୍କ ଏହି ସଫଳତା ଉପରେ ଅସୀମ ଗର୍ବ ଓ ଆନନ୍ଦ ପ୍ରକାଶ କରିଛନ୍ତି। ଡକ୍ଟର ପ୍ରିୟଙ୍କା ସାମଲ ତାଙ୍କ ଏହି ଉପଲବ୍ଧିର ମୁଖ୍ୟ ଶ୍ରେୟ ଜଗତରନାଥ ଜଗନ୍ନାଥ, ଓ ଗାଇଡ୍ ଡକ୍ଟର ଦେ, ମାତା, ପିତା, ପରିବାରବର୍ଗ, ଶିକ୍ଷକ, ଗୁରୁଜନ, ବନ୍ଧୁ ଓ ସମସ୍ତ ଶୁଭେଚ୍ଛୁଙ୍କୁ ଦେଇଛନ୍ତି। ଚଳିତ ବର୍ଷ ଏପ୍ରିଲ ମାସ ଠାରୁ ବିର୍ଲା ଇନିସ୍ଟିଚୂଟ ଅଫ ଟେକ୍ନୋଲୋଜି, ମେସରା (ଏକ ମାନ୍ୟତପ୍ରାପ୍ତ ବିଶ୍ୱ ବିଦ୍ୟାଳୟ) ରାଞ୍ଚିରେ ପୋଷ୍ଟ ଡ଼କ୍ଟରଲ ଫିଲୋସଫି ପ୍ରୋଗ୍ରାମରେ ଯୋଗଦାନ କରି ତାଙ୍କର ଗବେଷଣା କାର୍ଯ୍ୟା ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial