ଖୁବଶ୍ରୀଘ୍ର ପୂରଣ ହେବ ଖାଲିଥିବା ସବୁ କୁଳପତି ପଦ; ବଡ଼ ସୂଚନା ଦେଲେ ରାଜ୍ୟପାଳ ।

ଅକ୍ଷର ବ୍ୟୁରୋ: ବିଶ୍ୱବିଦ୍ୟାଳୟଗୁଡିକରେ ଖାଲି ଥିବା କୁଳପତି ପଦ ପୂରଣ ନେଇ ରାଜ୍ୟପାଳଙ୍କ ବଡ଼ ସୂଚନା । କହିଲେ, ୨/୩ ମାସ ମଧ୍ୟରେ ପୂରଣ ହେବ ଖାଲିଥିବା ସବୁ କୁଳପତି ପଦ । ଅଧିକାଂଶ ବିଶ୍ୱବିଦ୍ୟାଳୟରେ ଇନ୍‌ଚାର୍ଜ ଭିସି ପାଇଁ ପାଠପଢ଼ାରେ ଗୁରୁତର ବାଧା ସୃଷ୍ଟି ହେଉଛି । ରାଜ୍ୟର ମୋଟ୍ ୧୭ଟି ବିଶ୍ୱବିଦ୍ୟାଳୟରୁ ୧୩ଟିରେ ନାହାନ୍ତି କୁଳପତି । ସାମ୍ବାଦିକଙ୍କ ସହ ସ୍ୱତନ୍ତ୍ର ଆଲୋଚନା ବେଳେ ସୂଚନା ଦେଲେ ରାଜ୍ୟପାଳ । ସ୍କୁଲ ଡ୍ରପ୍ ଆଉଟ୍ ହାରକୁ ନେଇ ମଧ୍ୟ ରାଜ୍ୟପାଳଙ୍କ ଉଦ୍‌ବେଗ ପ୍ରକାଶ କଲେ । ଆଦିବାସୀ ଅଞ୍ଚଳରେ ଛାତ୍ରୀ ଡ୍ରପ୍ ଆଉଟ୍ ହାର ସବୁଠୁ ଅଧିକ । ବଢୁଥିବା ମହିଳା ବିରୋଧୀ ହିଂସାକୁ ନେଇ ମଧ୍ୟ ଉଦ୍‌ବେଗ ପ୍ରକାଶ କଲେ । ମହିଳା ବିରୋଧୀ ହିଂସା ରୋକିବାକୁ ତ୍ୱରିତ୍ ଦଣ୍ଡବିଧାନ ଉପରେ ଗୁରୁତ୍ୱ ଦିଆଯାଉ । ବାଲେଶ୍ୱର, ଗୋପାଳପୁର ଓ ଦୁର୍ଗାପୁର କାଣ୍ଡ ପ୍ରସଙ୍ଗରେ ମଧ୍ୟ ମତ ରଖିଲେ ରାଜ୍ୟପାଳ । ଦଣ୍ଡର ଭୟ ରହିଲେ ଅପରାଧ ଭିଆଇବାକୁ ପଛାଇବେ ଅପରାଧୀ ବୋଲି କହିଲେ ରାଜ୍ୟପାଳ ହରିବାବୁ କାମ୍ଭମପତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial