ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ନିକଟରେ ଥିବା ପିଏସଏସଜେ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ କୁମାର ବେହେରାଙ୍କ ସଭାପତିତ୍ଵରେ Internal Complaint Committee ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚେୟାରପର୍ସନ ଭାବେ ଅଧ୍ୟାପିକା କ୍ଷୀରୋଦିନୀ ପାଣିଙ୍କୁ ମନୋନୀତ କରାଯାଇଥିଲା ଏବଂ ଏକ ଯୌନ ନିର୍ଯାତନା ନିରାକରଣମୂଳକ ସଚେନତତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟବକ୍ତା ଭାବେ ବଅଁରପାଳ ଥାନା ଏସଆଇ ଶ୍ରୀମତୀ ଅର୍ଚ୍ଚନା ନାୟକ ଯୋଗଦେଇ ବିଭିନ୍ନ ସମସ୍ୟା ମୂଳକ ଘଟଣାର ଉଦଘାଟନ କରି ସମସ୍ତଙ୍କୁ ସଚେତନ କରିଥିଲେ । ମହାବିଦ୍ୟାଳୟରେ କେମିତି ଉପକୂଳ ବାତାବରଣ ନିୟନ୍ତ୍ରିତ ରହିବ ସେଥିପ୍ରତି ଦୃଷ୍ଟିପାତ କରାଯାଇଥିଲା । ଏହି ICC କମିଟିରେ ସଭ୍ୟ ଭାବେ ଅଧ୍ୟାପକ ପୂର୍ଣ୍ଣେନ୍ଦୁ ଭୂତିଆ, ଅଧ୍ୟାପିକା ସୁମିତ୍ରା ସାହୁ, NGO କର୍ମକର୍ତ୍ତା ଶ୍ରୀମତୀ ପଦ୍ମାକ୍ଷୀ ସିଂହ, ଛାତ୍ରୀ ଇପସିତା ସାମଲ, ପ୍ରାଚୀ ସିଂହ, ସ୍ନୃତିରେଖା ବିଶୋଇଙ୍କୁ ମନୋନୟନ କରାଯାଇଥିଲା । ସଭାର ଶେଷରେ ଅଧ୍ୟାପକ ପୂର୍ଣ୍ଣେନ୍ଦୁ ଭୂତିଆ ଧନ୍ୟବାଦ ଅର୍ପଣ କରିଥିଲେ ।
ଅନୁଗୁଳ ବଅଁରପାଳ ଡିଗ୍ରୀ ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ।

Leave a Reply