ଦେବଗଡରେ ଆଜି ସଡ଼କ ସୁରକ୍ଷା ଏବଂ ଅଂଶୁଘାତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଦେବଗଡ ଜିଲ୍ଲାରେ ଆଜି ଦିବା ୯ ଘଟିକା ଠାରୁ ୧୨ ଘଟିକା ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ଏବଂ ଅଂଶୁଘାତ ସଚେତନତା କାର୍ଯ୍ୟକ୍ରମ ଲୋକମାନଙ୍କ ପାଇଁ ଆୟୋଜିତ କରାଯାଇଥିଲା। ହକି ଛକ, ବାଇ ପାସ୍ ଛକ, ଚର୍ଚ୍ଚ ଛକ, ଟ୍ରାଫିକ ମାନଙ୍କରେ ବିଶିଷ୍ଟ ସମାଜସେବୀ ଅର୍ଣ୍ଣବ ଏବଂ ତାଙ୍କର ସହଯୋଗୀଙ୍କ ସହ କିଛି କୁନି କୁନି ଭାଇ ଭଉଣୀମାନଙ୍କୁ ନେଇ ଆଜି ଏହି କାର୍ଯ୍ୟକ୍ରମଟି ହେଇଥିଲା। ଯେଉଁ ମାନେ ମୁଣ୍ଡରେ ହେଲେମେଟ୍ ପିନ୍ଧି ଥିଲେ। ଏବଂ ଯେଉଁ ମାନେ ସିଟ୍ ବେଲ୍ଟ ଲଗାଇ ଥିଲେ ସେମାନଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରିବା ସହିତ ଜୁସ୍ ମଧ୍ୟ ଦିଆଯାଇଥିଲା। ଏବଂ ଯେଉଁ ମାନେ ସିଟ୍ ବେଲ୍ଟ ହେଲମେଟ୍ ବ୍ୟବହାର କରି ନଥିଲେ। ସେମାନଙ୍କୁ ସଚେତନତାର ବାର୍ତ୍ତା ଦେବା ସହିତ ଜୁସ୍ ଏବଂ କିଛି ନିୟମାବଳୀ କିପରି ପାଳନ କରିବେ ସେଥି ପାଇଁ ସଚେତନତା କରାଯାଇଥିଲା।
୧- ହେଲେମେଟ୍ ପିନ୍ଧିବା
୨- ସିଟ୍ ବେଲ୍ଟ ବ୍ୟବହାର କରିବା
୩- ଟ୍ରାଫିକ ନିୟମ ପାଳନ କରିବା
୪- ଦ୍ରୁତଗାମୀରେ ଗାଡି ଚଲାଇବା ନାହିଁ
୫- ମଦ୍ୟପାନ କରି ଗାଡି ଚଲାଇବା ନାହିଁ
୬- ଗାଡି ଚଲାଇବା ବେଳେ ମୋବାଇଲ୍ ବ୍ୟବହାର କରିବା ନାହିଁ।
କଥାରେ ଅଛି ସଡକ ସୁରକ୍ଷା ଜୀବନ ରକ୍ଷା। ସିଟ୍ ବେଲ୍ଟ ଏବଂ ହେଲେମେଟ୍ ହେଲା ଆମର ସୁରକ୍ଷା କବଚ। ଏହା ପିନ୍ଧିବାକୁ ଭୁଲନ୍ତୁ ନାହିଁ। ଏବଂ ଅଂଶୁଘାତ ରୁ କିପରି ଆମେ ରକ୍ଷା ପାଇବା ତାହା ପାଇଁ ମଧ୍ୟ ସଚେତନତା କରାଯାଇଥିଲା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial