ଆଜି ଅଖଣ୍ଡ ଭାରତ ଦିବସ । ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ଥିଲା ସେହି କଳାଦିନ । ଯେଉଁଦିନ ଭାରତ ମାତାର ଶରୀରକୁ କାଟି ପାକିସ୍ତାନ ତିଆରି କରାଯାଇଥିଲା ଏବଂ ମାତୃଭୂମିର ବିଭାଜନର ହୋଇଥିଲା । ଇଂରେଜ ମାନଙ୍କର ପ୍ରୋତ୍ସାହନରେ ମୁସଲିମ ଲିଗର ଦାବିକୁ ତତ୍କାଳୀନ କଂଗ୍ରେସ ନେତୃତ୍ବ ପ୍ରଥମେ ମନା କରିବା ସତ୍ତ୍ବେ ପରବର୍ତ୍ତୀ ସମୟରେ ମାନି ନେଇଥିଲେ ।
୧୯୪୭ ଜୁନ ମାସ ଦୁଇ ତାରିଖ ଥିଲା ସେହି ଦିନ । ଦିଲ୍ଲୀରେ ଏକ ବୈଠକରେ ବସି ନିର୍ଦ୍ଧାରଣ ହେଉଥିଲା ଭାରତର ଭବିଷ୍ୟତ । କୋଟି କୋଟି ଭାରତୀୟଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଥିଲେ ମାତ୍ର ୧୦ରୁ ୧୨ ଜଣ ବ୍ୟକ୍ତି । ପୁଣି ଗୋଟିଏ ଦେଶର ଭାଗ୍ୟ ହେଉଥିଲା ପରିକଳ୍ପନା । ଦୁଇଖଣ୍ଡ ହେବାକୁ ଯାଉଥିଲା ଅଖଣ୍ଡ ଭାରତ । ଏହି ବୈଠକରୁ ହେବାକୁ ଯାଉଥିଲା ସ୍ୱତନ୍ତ୍ର ପାକିସ୍ତାନ ଦେଶ । ଅଖିଳ ଭାରତୀୟ କଂଗ୍ରେସ କମିଟି ୧୯୪୭ ଜୁନ ୧୫ ତାରିଖ ଦିନ ଭାରତ ବିଭାଜନର ଯୋଜନାକୁ ଅନୁମୋଦନ ଦେଇଦେଲେ ।
ଢାକାରେ ୧୯୦୬ରେ ଜନ୍ମ ନେଇଥିଲା ମୁସଲିମ୍ ଲିଗ୍ । ୧୯୦୯ରେ ମର୍ଲେ-ମିଣ୍ଟୋ ସଂସ୍କାର ଆଇନ୍ ବାହାନାରେ ଅଲଗା ନିର୍ବାଚନ ଦାବି କରି ସ୍ୱତନ୍ତ୍ର ଇସଲାମିକ୍ ରାଷ୍ଟ୍ର ଭାବେ ପାକିସ୍ତାନକୁ ଭାରତଠୁ ଅଲଗା କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଥିଲା ମୁସଲିମ୍ ଲିଗ୍ । ଆଉ ୧୯୪୦ରେ ମୁସଲିମ୍ ଲିଗ୍ ଲାହୋର ଅଧିବେଶନରେ ପାକିସ୍ତାନ ନାଁରେ ସ୍ୱତନ୍ତ୍ର ଇସଲାମୀୟ ଦେଶ ଗଠନ ପ୍ରସ୍ତାବରେ ମୋହର ବାଜିଥିଲା । ଆଉ ସେବେଠୁ ଭାରତ ଓ ପାକିସ୍ତାନ ଅଲଗା ହୋଇଥିଲା ।
ମହାତ୍ମା ଗାନ୍ଧୀ ହରିଜନ ପତ୍ରିକାରେ ଏହି ଦାବି ସମ୍ପର୍କରେ ଲେଖିଥିଲେ – ଦୁଇ ରାଷ୍ଟ୍ରର ସିଦ୍ଧାନ୍ତ ମୁର୍ଖତା ପୂର୍ଣ୍ଣ ଅଟେ । ଯାହାକୁ ଭଗବାନ ଗୋଟେ କରିଛନ୍ତି ମନୁଷ୍ୟ ତାକୁ କିପରି ଭାଙ୍ଗି ପାରିବ ? ଅଖିଳ ଭାରତୀୟ କଂଗ୍ରେସ କମିଟି ୧୯୪୭ ଜୁନ ୧୫ ତାରିଖ ଦିନ ଭାରତ ବିଭାଜନର ଯୋଜନାକୁ ଅନୁମୋଦନ ଦେଇଦେଲେ । ଏହା ଫଳରେ ୧୪ ଓ ୧୫ ଅଗଷ୍ଟ ମଧ୍ୟରାତ୍ରୀରେ ଭାରତ ମାତାର ବିଭାଜନ କରି ଦିଆଗଲା। ଭାରତ ମାତାର ଶରୀରକୁ କାଟି ପାକିସ୍ତାନ ତିଆରି କରାଯାଇଥିଲା । ସିନ୍ଧୁ ନଦୀ ତାର ସନ୍ତାନଙ୍କ ପାଇଁ ପର ହୋଇଗଲା । ଯେଉଁଠାରେ ମୁନି ଋଷି ମାନେ ବସି ବେଦ ରଚନା କରିଥିଲେ, ସେହି ସ୍ଥାନ ତାଙ୍କର ଶତ୍ରୁ ମାନଙ୍କୁ ଦିଆଗଲା । କାନ୍ଦୁଥିଲା ସାରା ଭାରତ । ଦୁଇ ଦେଶ ବିଭାଜନ ହୋଇଥିଲା । ବିଭାଜନ ଯୋଗୁଁ ଅକଥନୀୟ ଦୁଃଖ ଓ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ ଦେଢ କୋଟିରୁ ଅଧିକ ଜନତା । ୧୦ ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣ ହରାଇଥିଲେ । ମନ୍ଦିର, ତୀର୍ଥ ସ୍ଥାନ ଆଦି ଅପବିତ୍ର କରି ଦିଆଗଲା । ଆଜି ମଧ୍ୟ ସେହି ଭୂଭାଗରେ ହିନ୍ଦୁ ମାନଙ୍କ ପ୍ରତି ଅତ୍ୟାଚାର ଓ ନିର୍ଯାତନା ଜାରି ରହିଛି ।
Leave a Reply