ପୁଣି ଆଉ ଜଣେ ଶିକ୍ଷକଙ୍କ ପେଟ୍ରୋଲ ଠାଳି ଆତ୍ମହତ୍ୟା ଉଦ୍ୟମ !

ଅନଲାଇନ୍‌ ଗେମ୍‌ରେ ବିଫଳ ହେବାରୁ କ୍ରୀଡ଼ା ଶିକ୍ଷକଙ୍କ ପେଟ୍ରୋଲ ଠାଳି ଆତ୍ମହତ୍ୟା ଉଦ୍ୟମ । ଲକ୍ଷାଧିକ ଟଙ୍କା ହାରିବା ପରେ ଏଭଳି ଚରମ ନିଷ୍ପତି ନେଇଛନ୍ତି ଶିକ୍ଷକ । କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ସଦର ମହକୁମା ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ରାଜେଶ୍ କୁମାର ମହାପାତ୍ର ନିଜ ଦେହରେ ପେଟ୍ରୋଲ ଠାଳି ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି । ମାନସିକ ଭାରସାମ୍ୟ ହରାଇ ନାରାୟଣପାଟଣା ସ୍ଥିତ ଭଡ଼ା ଘରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଛି । ପ୍ରଥମେ ନାରାୟଣପାଟଣା ମେଡ଼ିକାଲ ପରେ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial