ପୁଣି ଡେଲାଙ୍ଗରୁ ନିଖୋଜ ହେଲା ଆଉ ଜଣେ ନାବାଳକ ।

ପୁଣି ଡେଲାଙ୍ଗରୁ ନିଖୋଜ ହେଲା ଆଉ ଜଣେ ନାବାଳକ । ଡେଲାଙ୍ଗ ରତନପୁର ଗାଁର ନାବାଳକ ଆଶୀର୍ବାଦ ସାହୁ ନିଖୋଜ ଓ ହତ୍ୟା ଘଟଣା ଏବେ ଏବେ ମନରୁ ଲିଭିନଥିବା ବେଳେ ପୁଣି ଆଉ ଜଣେ ନାବାଳକ ନିଖୋଜ । ନାବାଳକ ଜଣକ ହେଉଛି ବେନୁପଡା ଗାଁର ଦଶମ ଶ୍ରେଣୀର ଛାତ୍ର ସନ୍ଦୀପ ରାଉତ ।

ନିଖୋଜର ୨୪ ଘଣ୍ଟା ପରେ ବି ନାବାଳକ ଜଣଙ୍କର ପତ୍ତା ମିଳୁନାହିଁ । ଡେଲାଙ୍ଗ ଥାନାରେ ଏନେଇ ଲିଖତ ଅଭିଯୋଗ କରିଛନ୍ତି ସନ୍ଦୀପ ରାଉତଙ୍କ ବାପା ପବିତ୍ର ରାଉତ । ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial