ପ୍ରଭାତ ତ୍ରିପାଠୀଙ୍କ ପରେ ମୁହଁ ଖୋଲିଛନ୍ତି ପ୍ରଫୁଲ୍ଲ ମଲ୍ଲିକ; କହିଲେ ଏବେ ବି ଦଳରେ ପାଣ୍ଡିଆନଙ୍କ ଦବଦବା ରହିଛି ।

ଗତକାଲି ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀଙ୍କ ପରେ, ଆଜି ମୁହଁ ଖୋଲିଛନ୍ତି ବିଜେଡିର ଆଉ ଜଣେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ପ୍ରଭାତ ତ୍ରିପାଠୀ। ବିଜେଡିରେ ନାହାନ୍ତି ବୋଲି ନବୀନ କହିବା ପରେ ପ୍ରଭାତ ଜବାବ ରଖି ନବୀନଙ୍କୁ କାଉଣ୍ଟର କରିଥିଲେ। ଯାହାକୁ ନେଇ ରାଜନୀତି ତେଜିଥିଲା। ଆଉ ଏହାପରେ ବିଜେଡିର ଆଉ ଜଣେ ନେତା ଗଣମାଧ୍ୟମ ଆଗରେ ମୁହଁ ଖୋଲିବା ଦ୍ୱାରା ବିଜେଡିରେ କିଛି ଠିକ୍ ନାହିଁ ବୋଲି ଖୋଲା ଇସାରା ଦେଉଛି। ଗତ କିଛି ଦିନ ହେଲା ବିଜେଡିରେ ଜଣଙ୍କ ପରେ ଜଣେ ବରିଷ୍ଠ ନେତା ବିଷ ଉଗାଳୁଛନ୍ତି।

ଏପଟେ ସିଧାସଳଖ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ପ୍ରଫୁଲ୍ଲ। ସେ କହିଛନ୍ତି, ପାଣ୍ଡିଆନ ଏବେ ବି ବିଜେଡିର ରାଜନୈତିକ କାର୍ଯ୍ୟକ୍ରମରେ ହସ୍ତକ୍ଷେପ କରୁଛନ୍ତି। ଏବେ ବି ଦଳରେ ତାଙ୍କର ଦବଦବା ରହିଛି। ପାଣ୍ଡିଆନ ନିଜେ ଗଣମାଧ୍ୟମ ସାମ୍ନାକୁ ଆସି ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଖୋଲାଖୋଲି ଆହ୍ୱାନ କରିଛନ୍ତି ପ୍ରଫୁଲ୍ଲ ମଲ୍ଲିକ। ତେବେ ଏହାପୂର୍ବରୁ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଗଣମାଧ୍ୟମ ଆଗରେ ନବୀନଙ୍କ ବିରୋଧରେ ବିଷୋଦ୍‌ଗାର କରିଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial