ମାଲକାନଗିରି ସୀମାରେ ବଡ ଧରଣର ବିସ୍ଫୋରଣ। ଛତିଶଗଡ଼ ସୁକମା ଜିଲ୍ଲା କୋଣ୍ଟା ଅଞ୍ଚଳରେ IED ବ୍ଲାଷ୍ଟ ହୋଇଥିବା ଜଣାପଡିଛି। ଛତିଶଗଡ଼ର ସୁକୁମା ଜିଲ୍ଲାର କୋଣ୍ଟା ଅଞ୍ଚଳରେ ମାଓବାଦୀଙ୍କମାନଙ୍କ ଦ୍ୱାରା କରାଯାଇଥିବା ଏକ ଆଇଇଡି ବିସ୍ଫୋରଣରେ ଅତିରିକ୍ତ ASP ଆକାଶ ରାଓ ଗିରପୁଞ୍ଜେ ସହିଦ ହୋଇଛନ୍ତି। ପାଟ୍ରୋଲିଂ କରୁଥିବାବେଳେ ହୋଇଥିଲା ବିସ୍ଫୋରଣ। ଏଥିରେ ASP ଆକାଶ ରାଓ ଗିରପୁଞ୍ଜେଙ୍କ ସହ କିଛି ଯବାନ ଆହତ ହୋଇଥିଲେ। ଘଟଣା ପରେ ସମସ୍ତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଚିକିତ୍ସା ସମୟରେ ASP ଆକାଶ ରାଓ ଗିରପୁଞ୍ଜେଙ୍କ ମୃତ୍ୟୁ ହୋଇଥିଲା। ଆକାଶ ରାଓ ଗିରପୁଞ୍ଜେଙ୍କ ସହିଦ ହେବା ଯୋଗୁଁ ସମଗ୍ର ପୁଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି। ବିସ୍ଫୋରଣରେ କୋଣ୍ଟା ପୁଲିସ ଷ୍ଟେସନ ଇନଚାର୍ଜ ଏବଂ ଏସଡିପିଓ ମଧ୍ୟ ଆହତ ହୋଇଛନ୍ତି, ଯାହାଙ୍କ ଚିକିତ୍ସା ଚାଲିଛି। ପୁଲିସ ଏବଂ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି।
ଛତିଶଗଡ଼ IED ବ୍ଲାଷ୍ଟରେ ଅତିରିକ୍ତ ASP ଆକାଶ ରାଓ ଗିରପୁଞ୍ଜେ ସହିଦ।

Leave a Reply