ପୁଣି ଏକ ବଡ ବିମାନ ଦୁର୍ଘଟଣା : ବିମାନ ବନ୍ଦରରେ ଅବତରଣ ବେଳେ ଓଲଟିଲା ବିମାନ , ୧୮ ଯାତ୍ରୀ ଆହତ

ଅକ୍ଷର ବ୍ୟୁରୋ : ପୁଣି ଏକ ବଡ଼ଧରଣ ବିମାନ ଦୁର୍ଘଟଣା | କାନାଡ଼ା ଟରୋଣ୍ଟୋ ପିଅର୍ସନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ ବେଳେ ଓଲଟିଲା ବିମାନ | ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଥିବା ସୂଚନା ମିଳିଛି | ସୂଚନା ଅନୁଯାୟୀ , ଡେ଼ଲ୍ଟା ଏୟାରଲାଇନ୍ସର ବିମାନ ସଂଖ୍ୟା ୪୮୧୯ ଅବତରଣ ବେଳେ ରନୱେରେ ଦୁର୍ଘଟଣାଗସ୍ତ ହୋଇଛି | ରନୱେରେ ଖସି ବିମାନଟି ସମ୍ପୂର୍ଣ୍ଣ ଓଲଟି ପଡିଛି | ଦୁର୍ଘଟଣା ପରେ ବିମାନରେ ବିସ୍ପୋରଣ ଘଟି ନିଆଁ ଲାଗିଯାଇଥିଲା |

ହେଲେ ଉଦ୍ଧାରକାରୀ ଦଳ ତୁରନ୍ତ ନିଆଁକୁ ଆୟତ୍ତ କରିବା ସହ ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କ୍ରୁ ମେମ୍ବରଙ୍କୁ ସୁରକ୍ଷା ସହ ଉଦ୍ଧାର କରିଥିବା ବେଳେ ବିମାନରେ ମୋଟ
୮୦ ଜଣ ଲୋକ ଥିଲେ | ସେଥିମଧ୍ୟରୁ ୭୬ ଯାତ୍ରୀ ଓ ୪ କ୍ରୁମେମ୍ବର ରହିଛନ୍ତି | ଏବଂ ଏହି ଦୁର୍ଘଟଣାରେ ୧୮ଜଣ ଯାତ୍ରୀ ଆହତ ହୋଇଛନ୍ତି | ଅବତରଣ ବେଳେ ଭାରସାମ୍ୟ ହରାଇ ବିମାନଟି ଦୁର୍ଘଟଣାଗସ୍ତ ହୋଇଥିବା ନେଇ ସୂଚନା ମିଳିଛି |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial