ଆଜି ପାଖାପାଖି ୧୮ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା

ଅକ୍ଷର ବ୍ୟୁରୋ : ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆଜି ଆସିବ |ରାଜ୍ୟର ୧୮ ଲକ୍ଷ ମହିଳାଙ୍କୁ ଦିଆଯିବ ସୁଭଦ୍ରା ଟଙ୍କା |ଏଥିପାଇଁ ଯାଜପୁରରେ ଏକ ଭବ୍ୟ କାଯ୍ୟକ୍ରମ କରାଯାଇଛି | ଏହି କାଯ୍ୟକ୍ରମରେ ସୁଭଦ୍ରା ଟଙ୍କା ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ |

ରାଜ୍ୟ ସରକାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ତାଙ୍କ ଦେବାକୁ ଯାଉଛନ୍ତି | କିନ୍ତୁ ବହୁ ସଂଖ୍ୟାରେ ଆବେଦନକାରୀଙ୍କ ଏନପିସିଆଇ ସମସ୍ୟାର ସମାଧାନ ହୋଇନଥିବା ସୂଚନା ମିଳିଛି | ତେବେ ଏନପିସିଆଇ ତ୍ରୁଟି ଥିବା ହେତୁ ୩ଲକ୍ଷ ୩୮ହଜାର ଆବେଦନକାରୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ମାତ୍ର ୫୯ ହଜାର କ୍ଲିୟର କରିଥିବା ନେଇ ଜଣାଯାଇଛି | ଅର୍ଥାତ ଆହୁରି ୨ଲକ୍ଷ ୮o ହଜାରରୁ ଉର୍ଦ୍ଧ ଆବେଦନକାରୀଙ୍କ ସମସ୍ୟା ସମାଧାନ ହୋଇନାହିଁ | ପୂର୍ବରୁ ୮o ଲକ୍ଷ ମହିଳା ସୁଭଦ୍ରା ଟଙ୍କା ପାଇଛନ୍ତି | ଆଜି ଆଉ ୧୮ ଲକ୍ଷ ଆବେଦନକାରୀଙ୍କୁ ଟଙ୍କା ମିଳିଥିବା ବେଳେ ସୁଭଦ୍ରା ହିତାଧିକାରୀଙ୍କ ମୋଟ ସଂଖ୍ୟା ୯୮ ଲକ୍ଷରେ ପହଞ୍ଚିବ|

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial