ଅକ୍ଷର ବ୍ୟୁରୋ : ପୁରୀ ଜିଲ୍ଲା କଣାସ ବ୍ଲକରେ ଦୀର୍ଘ ଦିନ ହେବ ଲାଗିରହିଥିବା ହଇଜା.. ଝାଡ଼ା ବାନ୍ତି ରେ ୪ଜଣଙ୍କ ଜୀବନ ଯାଇଥିବା ଯୋଗୁ ଶୁକ୍ରବାର ସିପିଆଇଏଲଏମ ଲେବରେସନ ତରଫରୁ କୃଷକ ନେତା ଅଶୋକ ପ୍ରଧାନଙ୍କ ନେତୃତ୍ୱରେ ବ୍ଲକ୍ ଘେରାଉ କରାଯାଇଥିଲା, କଣାସ ଅଞ୍ଚଳରେ ଦିନକୁ ଦିନ ହଇଜା ବଢ଼ିବାକୁ ଲାଗୁଥିବା ବେଳେ,ସରକାରଙ୍କ ଏଥିପ୍ରତି ଧ୍ୟାନ ନଥିବା ବେଳେ , ସ୍ଥାନୀୟ ପ୍ରଶାସନ ଏହାକୁ ଗୁରୁତ୍ବ ଦେଉନଥିବାରୁ କୃଷକ ନେତା ଅଶୋକ ପ୍ରଧାନ ଏହାକୁ କ୍ଷୋଭ ପ୍ରକାଶ କରି ବ୍ଲକ୍ ଘେରାଉ କରିଥିଲେ। ।
ହଇଜା ଆକ୍ରାନ୍ତରେ ୪ଜଣଙ୍କ ଜୀବନ ଯାଇଥିବା ଯୋଗୁଁ କୃଷକ ନେତା ଅଶୋକ ପ୍ରଧାନଙ୍କ ଚେତାବନୀ

Leave a Reply