ଅକ୍ଷର ବ୍ୟୁରୋ : ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଗୌରବମୟ ରକ୍ତ କେନ୍ଦ୍ରର ଶୁଭ ଉଦଘାଟନୀ ହୋଇଯାଇଛି |ମାନ୍ୟବର ଓଡିଶା ସରକାରଙ୍କ ଶିକ୍ଷାମନ୍ତ୍ରୀ ଶ୍ରୀ ନିତ୍ୟନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ଡାବୁଗାଁ ବିଧାୟକ ଶ୍ରୀ ନରସିଂ ଭତ୍ରା, ଉମରକୋଟ ବ୍ଲକ ଅଧକ୍ଷା ସୁଶୀଳା ମାଝୀ , ଉମରକୋଟ ପୌର ଅଧକ୍ଷା ରାଧା ଭତ୍ରାଙ୍କ ସହ ବହୁ ସାଧାରଣ ଲୋକେ ଓ କର୍ମୀ ଉମରକୋଟ ସ୍ଥିତ ବଜେପି ଅଫିସରୁ ଏକ ସଭା ଯାତ୍ରାରେ ବାହାରି ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ପହଁଚିଥିଲେ l ସେଠାରେ ପହଞ୍ଚିଲା ପରେ ସମସ୍ତିଙ୍କୁ ଭବ୍ୟସ୍ୱାଗତ କରାଯାଇଥିଲା l ପ୍ରଥମେ ଶ୍ରୀ ମନ୍ତ୍ରୀଙ୍କ ଦ୍ୱାର ନୂତନ ରକ୍ତ ଭାଣ୍ଡର କେନ୍ଦ୍ରର ଉଦଘାଟନ କରିଥିଲେ l ଏବଂ ତାପରେ ସ୍ବଇଛା ରକ୍ତ ଦାନ ଶିବିରର ଉଦଘାଟନ କରିବା ସହ union ବ୍ୟଙ୍କ ଦ୍ୱାରା ଡୋନେଟ କରାଯାଇଥିବା ambulance କୁ ମଧ୍ୟ ଶୁଭ ଉଦଘାଟନ କରିଥିଲେ l ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ,ନବରଙ୍ଗପୁର CDMO ସନ୍ତୋଷ କୁମାର ପଣ୍ଡା,ଉମରକୋଟ ଉପଖଣ୍ଡ ଚିକିତ୍ସାଳୟର ସମସ୍ତ ଡାକ୍ତର ଓ ଷ୍ଟାଫ, ପୌର ପାଳିକା ଅଧକ୍ଷା ରାଧା ଭତ୍ରା,ବ୍ଲକ ଅଧକ୍ଷା ରାଧା ଭତ୍ରା,ବରିଷ୍ଠ ବଜେପି ନେତା ରମେଶ ସାହୁ , ରାମ ନାୟକ ସମେତ ବହୁ ନେତା ଓ କର୍ମୀଙ୍କ ସହ ସହର ବିଶିଷ୍ଟ ବ୍ୟକ୍ତି ଓ ବହୁ ବଜେପି କର୍ମୀ ଯୋଗ ଦେଇଥିଲେ l
ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଗୌରବମୟ ରକ୍ତ କେନ୍ଦ୍ରର ଶୁଭ ଉଦଘାଟନୀ

Leave a Reply