ଟଳମଳ ହେଲାଣି ମୋଦୀ ଶାହାଙ୍କ ଡଙ୍ଗା,ଭାଙ୍ଗିଯିବ କି ଏନଡିଏ

ନୂଆଦିଲ୍ଲୀ : ଟଳମଳ ହେଲାଣି ମୋଦୀ ଶାହାଙ୍କ ଡଙ୍ଗା । କେନ୍ଦ୍ରର ବଜେଟ ଅଧିବେଶନ ପୂର୍ବରୁ ଭାଙ୍ଗିଯାଇପାରେ ଏନଡିଏ ସରକାର । ମୋଦି ସରକାରଙ୍କୁ ବଡ଼ ଝଟ୍‌କା ଦେଲେ ନୀତିଶ କୁମାର। ବୁଧବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଜନତା ଦଳ ନିଜ ସମର୍ଥନ ପ୍ରତ୍ୟାହାର କରିଛି। ମଣିପୁରରେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ନେତୃତ୍ୱରେ ଭାଜପା ସରକାର ଅଛି। ଜେଡିୟୁ ଆନୁଷ୍ଠାନିକ ଭାବରେ ମଣିପୁର ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର ଘୋଷଣା କରିଛି। ଜେଡିୟୁ ୨୦୨୨ରୁ ଭାଜପା ସହିତ ମେଣ୍ଟ କରିଥିଲା, କିନ୍ତୁ ଏବେ ଏହା ଶାସକ ସରକାରଠାରୁ ନିଜକୁ ଦୂରେଇ ରଖିଛି। ୨୦୨୨ରେ, ୬ ଜଣ ଜେଡିୟୁ ବିଧାୟକଙ୍କ ମଧ୍ୟରୁ ୫ ଜଣ ଭାଜପାକୁ ସମର୍ଥନ କରିଥିଲେ, ଯାହା ଭାଜପାର ସ୍ଥିତିକୁ ରାଜ୍ୟରେ ଆହୁରି ମଜବୁତ କରିଥିଲା। ଏବେ ଜେଡିୟୁ ଭାଜପା ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ପାଇଁ ରାଜ୍ୟପାଳଙ୍କୁ ଏକ ଆନୁଷ୍ଠାନିକ ଚିଠି ପ୍ରଦାନ କରିଛି। ଜେଡିୟୁ ସମର୍ଥନ ପ୍ରତ୍ୟାହାର କରିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ନେତୃତ୍ୱାଧୀନ ଭାଜପା ସରକାରଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ରାଜ୍ୟ ବିଧାନସଭାରେ ଭାଜପାର ସଂଖ୍ୟାଗରିଷ୍ଠତା ଏତେ ଶକ୍ତିଶାଳୀ ଯେ ଏହା କୌଣସି ରାଜନୈତିକ ବାଧା ବିନା କ୍ଷମତାରେ ରହିପାରିବ। ଜେଡିୟୁର ସମର୍ଥନ ପ୍ରତ୍ୟାହାର ମଣିପୁରର ରାଜନୀତିରେ ପରିବର୍ତ୍ତନର ସଙ୍କେତ ଦେଉଛି। ୨୦୧୪ରେ ପ୍ରଥମ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପରେ, ଜେଡିୟୁ ଭାଜପା ସହିତ ମେଣ୍ଟଭାଙ୍ଗିଥିଲା। ନୀତିଶ କୁମାର ଏହି ନିଷ୍ପତ୍ତିକୁ ସାମ୍ପ୍ରଦାୟିକତା ବିରୋଧରେ ଲଢ଼େଇ ବୋଲି ବର୍ଣ୍ଣନା କରିଥିଲେ। ଏହା ପରେ, ଜେଡିୟୁ ବିହାରରେ ଏକ ଭିନ୍ନ ରାସ୍ତା ବାଛିଲା ଏବଂ ଆରଜେଡି ସହିତ ଏକ ମହାଗଠବନ୍ଧନ ଗଠନ କଲା। ତା’ପରେ ୨୦୧୭ରେ ନୀତିଶ କୁମାର ଆରଜେଡି ଏବଂ କଂଗ୍ରେସ ସହିତ ମହାଗଠବନ୍ଧନ ଭାଙ୍ଗି ପୁଣି ଥରେ ଭାଜପା ସହିତ ହାତ ମିଳାଇଲେ, ଏହାକୁ ବିହାର ରାଜନୀତିରେ ଏକ ବଡ଼ ଘଟଣା ବୋଲି ବିବେଚନା କରାଯାଇଥିଲା। ଏଥିରେ ବିଜେପି ଏବଂ ଜେଡିୟୁ ମିଶି ସରକାର ଗଠନ କଲେ, ଏବଂ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଲୋକସଭା ନିର୍ବାଚନ ପରେ କଂଗ୍ରେସର ମନୋବଳ ଅଧିକ ଶକ୍ତିଶାଳୀ ହୋଇଛି । ନୀତିଶ କୁମାରଙ୍କ ଜେଡିୟୁ ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ସହଯୋଗରେ ବିଜେପି ସରକାର ଚଳାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial