ଆନ୍ଦୋଳନରୁ ଓହରିଲେ ଅମଲା କର୍ମଚାରୀ । ୧୫ ଦିନ ପରେ ଆଜି କାର୍ଯ୍ୟରେ ଯୋଗ ଦେବେ ଅମଲା । କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳମାନଙ୍କୁ ରାଜସ୍ୱ ବିଭାଗର ଚିଠି ପରେ ଆଜି ଆନ୍ଦୋଳନ ପ୍ରତ୍ୟାହୃତ ନେଇ ଘୋଷଣା କରିଛନ୍ତି ଅମଲା ସଂଘ ସଭାପତି । ଗତ ୧୫ ଦିନ ହେବ ୧୦ ଦଫା ଦାବିରେ ଆନ୍ଦୋଳନ କରୁଥିଲେ ରାଜସ୍ୱ ଅମଲା ସଂଘ । ଫଳରେ ଜମିଜମା କାମ ପାଇଁ ଆସୁଥିବା ଲୋକଙ୍କ ପାଇଁ ନାହିଁନଥିବା ସମସ୍ୟା ହେଉଥିଲା । ବାଧ୍ୟ ହାେଇ କାର୍ଯ୍ୟାନୁଷ୍ଠାନ ନେବାକୁ ତାଗିଦ୍ କରିଥିଲା ରାଜସ୍ୱ ଓ ବୀପର୍ଯ୍ୟନ ପରିଚାଳନା ବିଭାଗ । ଧାରଣାରେ ଥିବା ରାଜସ୍ୱ କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଥିଲେ । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲା ବିଭାଗ । ଛୁଟିରେ ଯାଇଥିବା ସମସ୍ତ କର୍ମଚାରୀଙ୍କ ତାଲିକା ଦେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ସାମୁହିକ ଛୁଟିରେ ଯାଇଥିବା କର୍ମଚାରୀଙ୍କ ଉପରେ ଶୁଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲା ବିଭାଗ ।
୧୫ଦିନ ପରେ ଆନ୍ଦୋଳନରୁ ଓହରିଲେ ଅମଲା କର୍ମଚାରୀ ।

Leave a Reply