ଓଡ଼ିଶାରେ ବୁଲା କୁକୁରଙ୍କ ହେବ ଗଣନା। ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ହେବ ବୁଲା କୁକୁରଙ୍କ ବନ୍ଧ୍ୟାକରଣ, ଗଣନା ଏବଂ ଟୀକାକାରଣ। କୁକୁରଙ୍କ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ସଂଶୋଧିତ ରାୟ ପରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ରଖିଛନ୍ତି ଏଭଳି ପ୍ରତିକ୍ରିୟା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିଭାଗ ପାଳନ କରିବ ବୋଲି କହିଛନ୍ତି ମତ୍ସ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।
ମନ୍ତ୍ରୀ କହିଛନ୍ତି, ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରି ଅଣାଯାଇଥିବା ସ୍ଥାନରେ ଛାଡି ଦିଆଯିବ। ଯେଉଁମାନେ ହିଂସ୍ର ଓ ଜ୍ୱାଳାନ୍ତକ ରୋଗରେ ପୀଡିତ ଥିବେ, ସେହି କୁକୁରମାନଙ୍କୁ ଆଶ୍ରୟ ସ୍ଥଳରେ ରଖାଯିବ। ରାଜ୍ୟରେ ୭ ଲକ୍ଷ ବୁଲା କୁକୁର ଥିବାବେଳେ ୬୪ ହଜାର ପୋଷା କୁକୁର ଅଛନ୍ତି। ଏଣିକି ବୁଲା କୁକୁରଙ୍କୁ ରାସ୍ତା କଡରେ ଖାଇବା ନଦେବାକୁ ସଚେତନ କରିବ ମ୍ୟୁନିସିପାଲିଟି। ଏହା ସହିତ ରାସ୍ତା କଡ଼ରେ ଚିକେନ ମଟନ କାଟି ଏଣେତେଣେ ପକାଇପାରିବେ ନାହିଁ। ବୁଲା କୁକୁରଙ୍କୁ ବଳକା ମାଂସ ନଦେବାକୁ ନିର୍ଦ୍ଦେଶ ରହିଛି। ସେଥିପାଇଁ ସର୍ବସାଧାରଣ ସ୍ଥାନରେ ଚିକେନ ମଟନ ନକାଟି ନିର୍ଦ୍ଦିଷ୍ଟ ସ୍ଥାନରେ କାଟିବେ ଦୋକାନୀ। ଏନେଇ ବିଭାଗ ପକ୍ଷରୁ ସମସ୍ତ ମ୍ୟୁନିସିପାଲିଟିକୁ ନିର୍ଦ୍ଦେଶ ରହିଛି। ନିର୍ଦ୍ଦିଷ୍ଟ ସ୍ଥାନରେ କୁକୁରଙ୍କୁ ଖାଇବାକୁ ଦିଆଯିବ। ସାମଜିକ ସଂଗଠନ ଓ NGOମାନେ ବୁଲା କୁକୁରଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଖାଇବାକୁ ଦେବାକୁ ନିବେଦନ କରିଛନ୍ତି ମନ୍ତ୍ରୀ।
Leave a Reply