ଆଇପିଏଏସ୍‌ ସ୍ତରରେ ଅଦଳବଦଳ, ୧୭ ଜଣ ଆଇପିଏସ୍‌ ଓ ଜଣେ ଓଏଏସ୍‌ ଅଧିକାରୀଙ୍କୁ ବଦଳି କଲେ ରାଜ୍ୟ ସରକାର ।

ରାଜ୍ୟ ସରକାର ଗୁରୁବାର ବରିଷ୍ଠ ଆଇପିଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ସରକାର ୧୭ ଜଣ ଆଇପିଏସ୍‌ ଓ ଜଣେ ଓଏଏସ୍‌ ଅଧିକାରୀଙ୍କୁ ବଦଳି କରିଛନ୍ତି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହି କ୍ରମରେ ସରକାର ପୁରୀ ଏସ୍‌ପିଙ୍କୁ ବଦଳି ହୋଇଛି । ଏଠାରେ ପିନାକ ମିଶ୍ରଙ୍କ ସ୍ଥାନରେ ପ୍ରତୀକ ସିଂହଙ୍କୁ ନୂଆ ଦାୟିତ୍ୱ ମିଳିଛି । ସନ୍ତୋଷ ବାର୍ଲା ହେଲେ ରାଜ୍ୟ ଫରେନସିକ୍‌ ଲାବୋରେଟୋରୀର ନିର୍ଦ୍ଦେଶକ । ଏସ୍‌ ପ୍ରବୀଣ କୁମାରଙ୍କୁ ଆଇଜି ପୋଲିସ ପ୍ରୋଭିଜନିଙ୍ଗ ଦାୟିତ୍ବ । ସେହିପରି ସଞ୍ଜୟ କୁମାର କୌଶଲଙ୍କୁ EOWର ଆଇଜି ଦାୟିତ୍ବ । ଗଜଭିଏ ସତୀଶ କୁମାର ହେଲେ ସ୍ପେଶାଲ ଆର୍ମଡ୍‌ ପୋଲିସର IG । ସଞ୍ଜୟ କୁମାର କୌଶଲ EOW ଆଇଜି । ପ୍ରତୀକ ସିଂ ହେଲେ ପୁରୀ ଏସ୍‌ପି । ପ୍ରତ୍ୟୁଷ ଦିବାକର ହେଲେ ବାଲେଶ୍ୱର ଏସ୍‌ପି । ବୀନିତ ଅଗ୍ରୱାଲ କଟକ ଗ୍ରାମାଞ୍ଚଳ ଏସ୍‌ପି । ରାଜ ପ୍ରସାଦ ସ୍ପେଶାଲ ବ୍ରାଞ୍ଚ୍‌ ଏସ୍‌ପି । ଜି ରେଡ୍ଡୀ ରାଘବେନ୍ଦ୍ର ଝାରସୁଗୁଡ଼ା ଏସ୍‌ପି । ଅଙ୍କିତ କୁମାର ବର୍ମା ଜଗତସିଂହପୁର ଏସ୍‌ପି । ଅମ୍ରିତପାଲ ସିଂ ନୂଆପଡ଼ା ଏସ୍‌ପି । ଅମ୍ରିତପାଲ କୌର ସୁନ୍ଦରଗଡ଼ ଏସ୍‌ପି । ଭବାନୀ ଶଙ୍କର ଉଦ୍‌ଗାତା- ରେଲୱେ, କଟକ ଏସ୍‌ପି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial