ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ହେବ ବ୍ୟାପକ ପରିବର୍ତ୍ତନ; ରାଜ୍ୟରେ ଖାଲି ପଡିଥିବା ଶିକ୍ଷକ ପଦବୀ ହେବ ପୂରଣ ।

ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ହେବ ବ୍ୟାପକ ପରିବର୍ତ୍ତନ । ପ୍ରାଥମିକ ଶିକ୍ଷା ପାଇଁ ରାଜ୍ୟରେ ରହିବ ଗୋଟିଏ ବୋର୍ଡ । ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ମିଶାଇ ଗୋଟିଏ ବୋର୍ଡ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରି ଏହା କହିଛନ୍ତି । ସେହିପରି ସ୍କିମାଟିକ ପ୍ରାଥମିକ ଶିକ୍ଷକମାନଙ୍କୁ ନିୟମିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ୧ ଲକ୍ଷ ୬୦ ହଜାର ୩୧୯ ଶିକ୍ଷକ ପଦବୀ ରହିଥିବା ବେଳେ ଆଉ ୩୯ ହଜାର ୩୬୬ ଟି ପଦବୀ ସୃଷ୍ଟି କରାଯିବ। ତେଣୁ ଏହି ସମସ୍ତ ପଦବୀକୁ ମିଶାଇ ଆସନ୍ତା ୩ ବର୍ଷରେ ୪୪ ହଜାର ୪୩୩ ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହିକ୍ରମରେ ବର୍ଷକୁ ପ୍ରାୟ ୧୫ ହଜାର ପଦବୀ ପୂରଣ ହେବ ବୋଲି ଜଣାପଡ଼ିଛି । ଲୋକସେବା ଭବନରେ ଆୟୋଜିତ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ, ଓସେପାର ନିର୍ଦ୍ଦେଶିକା ଅନନ୍ୟା ଦାସ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial