ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଅଚାନକ ଆକ୍ରମଣ ଅଭିଯୋଗ ।

ଏକ ଶୋଭାଯାତ୍ରା ବେଳେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଅଚାନକ ଆକ୍ରମଣ ଅଭିଯୋଗ ହୋଇଛି । ଗତ ୧୪ ତାରିଖ ରାତିରେ କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା କୋରାପୁଟ ସହରରେ ଅନୁଷ୍ଠିତ ହୋଇଥିଲା । ଶୋଭାଯାତ୍ରା ଗୁଣ୍ଡିଚା ମନ୍ଦିର ନିକଟରୁ ଆରମ୍ଭ ହୋଇ ବସଷ୍ଟାଣ୍ଡରେ ସରିଥିଲା ।

ଏହି ଶୋଭାଯାତ୍ରାରେ ତାରାପ୍ରସାଦ ବାହିନୀପତି ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଯୋଗ ଦେଇଥିଲେ । କୋରାପୁଟ ବସ୍ ଷ୍ଟାଣ୍ଡ ନିକଟରେ ହଠାତ କୃଷ୍ଣଚନ୍ଦ୍ର କୁଲଦୀପ ନାମକ ଜଣେ ବ୍ୟକ୍ତି ବାହିନୀପତିଙ୍କୁ ଅଚାନକ ଆକ୍ରମଣ କରିଥିଲେ । ଉପସ୍ଥିତ ଲୋକେ କୃଷ୍ଣକୁ କାବୁ କରି ଟାଉନ ଥାନରେ ଜିମା ଦେଇଥିଲେ । ଟାଉନ ଥାନା ପୋଲିସ କୃଷ୍ଣଙ୍କର ଡାକ୍ତରୀ ପରୀକ୍ଷା କରିବା ସହ ଅଟକ ରଖି ପଚରଉଚରା କରୁଛି । ଉଭୟ ପଟୁ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial