ଶ୍ରୀମନ୍ଦିର ଉପରକୁ ଚଢୁଥିବାବେଳେ ଜଣେ ପର୍ଯ୍ୟଟକଙ୍କୁ ଧରିଲା ଶ୍ରୀମନ୍ଦିର ପୁଲିସ ।

ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଚ୍ୟାଲେଞ୍ଜ । ପୁରୀ ଶ୍ରୀମନ୍ଦିର ଉପରକୁ ଚଢୁଥିବାବେଳେ ଜଣେ ପର୍ଯ୍ୟଟକଙ୍କୁ ଧରିଲା ଜଗନ୍ନାଥ ମନ୍ଦିର ପୁଲିସ । ବେହରଣ ଦ୍ଵାର ପଟରୁ ପ୍ରାୟ ୫ ରୁ ୭ ଫୁଟ୍ ଚଢ଼ି ସାରିଥିବା ବେଳେ ଜଗନ୍ନାଥ ମନ୍ଦିର ପୋଲିସ ଜେଟିପି ହାତରେ ଧରାପଡିଛି ବ୍ୟକ୍ତି ଜଣଙ୍କ । ପରେ ତାଙ୍କୁ ସିଂହଦ୍ୱାର ପୋଲିସ ଜିମା ଦିଆଯାଇଛି । ବ୍ୟକ୍ତି ଜଣକ ବିହାରର ବୋଲି ପ୍ରାଥମିକ ସୂଚନା ମିଳିଛି । ଦକ୍ଷିଣ ଘର ବାଟରେ ବ୍ୟକ୍ତି ଜଣକ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ । ବ୍ୟକ୍ତି ଜଣଙ୍କର ମାନସିକ ସ୍ଥିତି ଦୁର୍ବଳ ଥିବା ସୂଚନା ମିଳିଛି । ତେବେ ଏନେଇ ଅଧିକ ଛାନ୍ ଭିନ କରୁଛି ସିଂହଦ୍ୱାର ପୋଲିସ । ପୂର୍ବରୁ ଗଞ୍ଜାମ ର ଜଣେ ବ୍ୟକ୍ତି ମନ୍ଦିର ଅଁଳା ବେଢ଼ା ଉପରକୁ ଚଢ଼ି ସୁରକ୍ଷାକୁ ଚ୍ୟାଲେଞ୍ଜ ଦେଇଥିଲେ । ତେବେ ବ୍ୟକ୍ତି ଜଣଙ୍କୁ ଅଧିକ ପଚରାଉଚରା ପରେ ସବୁକିଛି ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial